ପିସିସି ସଭାପତିଙ୍କୁ କାଳିମାଡ଼ ଘଟଣାରେ ୫ କଂଗ୍ରେସ କର୍ମୀ ବହିଷ୍କୃତ

ଭୁବନେଶ୍ଵର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼ ଘଟଣାରେ ୫ ଜଣ ଦଳୀୟ କର୍ମକର୍ତ୍ତା ଦଳରୁ ବହିଷ୍କୃତ ହୋଇଛନ୍ତି। ଦଳୀୟ ଶୃଙ୍ଖଳା ଭଙ୍ଗ କରିଥିବା ଦର୍ଶାଇ ୫ ଜଣ ଦଳୀୟ କର୍ମକର୍ତ୍ତାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଶୃଙ୍ଖଳା କମିଟି ଅଧ୍ୟକ୍ଷ ସନ୍ତୋଷ ସିଂହ ସାଲୁଜା ଏନେଇ ସୂଚନା ଦେଇଛନ୍ତି। ବହିଷ୍କୃତ ହୋଇଥିବା କର୍ମକର୍ତ୍ତା ତଥା ପଦାଧିକାରୀମାନେ ହେଉଛନ୍ତି, ଓପିସିସିର ସାଧାରଣ ସଂପାଦକ ପ୍ରକାଶ ମିଶ୍ର, ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସର ସାଧାରଣ ସମ୍ପାଦକ ଶ୍ରୀୟାସ୍ମିତା ପଣ୍ଡା, ଏନ୍‌ଏସ୍‌ୟୁଆଇ ସମ୍ପାଦକ ସନ୍ଦୀପ ରାଉତରାୟ, ଯୁବ କଂଗ୍ରେସ ରାଜ୍ୟ ସଂପାଦକ ଅମରେଶ ପରିଡ଼ା ଓ ଏନ୍‌ଏସ୍‌ୟୁଆଇ ରାଜ୍ୟ ସମ୍ପାଦକ ଆର୍ଯ୍ୟନ ସାସମଲ।

ସୂଚନାଯୋଗ୍ୟ, ଗତ ଶୁକ୍ରବାର ପିସିସି ସଭାପତି ଶରତ ପଟ୍ଟନାୟକ କଂଗ୍ରେସ ଭବନସ୍ଥିତ ନିଜ ଚାମ୍ବରରେ ବସିଥିବାବେଳେ ତାଙ୍କ ଉପରକୁ କାଳିମାଡ଼ କରାଯାଇଥିଲା। ବହିଷ୍କୃତ ଏହି ୫ କର୍ମକର୍ତ୍ତା ତାଙ୍କ ଉପରକୁ କାଳି ମାଡ଼ କରିଥିବା ଜଣାପଡ଼ିଛି।

Comments are closed.