www.samajalive.in
Saturday, December 6, 2025
15.1 C
Bhubaneswar

ବାରିପଦା ବସ୍‌ଷ୍ଟାଣ୍ଡରେ ହଣାକଟା ଘଟଣା: ୬ ଗୁରୁତର, ଆଜି ଗଡୁନି ବସ୍, ଯାତ୍ରୀ ହନ୍ତସନ୍ତ

ବାରିପଦା : ବାରିପଦା ବସଷ୍ଟାଣ୍ଡରେ ହଣାକଟା ଘଟଣା। ଆଜି ବସ୍ ଚଳାଚଳ ବନ୍ଦ ରହିଛି । ଯାହାକୁ ନେଇ ଦୂରଦୂରାନ୍ତରୁ ଆସିଥିବା ଯାତ୍ରୀମାନେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଅଭିଯୁକ୍ତକୁ ଗିରଫ କରିବା ନେଇ ଦାବି କରାଯାଇଛି। ତେବେ ଶୁକ୍ରବାର ବସ୍ ଟାଇମିଂ କୁ ନେଇ ଦୁଇ ଗୋଷ୍ଠୀ ପିଟାପିଟି ହୋଇଥିଲେ। ଦୁଇଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ସହ ଖଣ୍ଡା, ଭୁଜାଲି ଭଳି ବିଭିନ୍ନ ମାରଣାସ୍ତ୍ର ଆକ୍ରମଣରେ ବହୁ ବ୍ୟକ୍ତି ଆହତ ହୋଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରୁ ୬ ଜଣ ଗୁରୁତର ରହିଛନ୍ତି। ସଙ୍କଟାପନ୍ନ ଥିବା ବାରିପଦା ଯାତ୍ରୀବାହୀ ବସ୍‌ ମାଲିକ ତପନ କୁମାର ପୃଷ୍ଟି ଓ ସୁପରଭାଇଜର ଶୀତିକଣ୍ଠ ନାଏକଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ଆହତ ୪ ଜଣଙ୍କ ମଧ୍ୟରେ ବିଶ୍ୱଜିତ ବେହେରା, ସ୍ୱପ୍ନଜିତ ସାହୁ, ଜୟଦେବ ମହାପାତ୍ର ଓ ସୌରଭ କୁମାର ବାରିକ ଚିକିତ୍ସାଧୀନ ରହିଛନ୍ତି। ସ୍ଥାନୀୟ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ହସ୍ପିଟାଲରେ ସେମାନଙ୍କୁ ଭର୍ତ୍ତି କରାଯାଇଛି। ରାଇରଙ୍ଗପୁର-ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ ବସ୍ ସ୍ଥାନୀୟ ବସ୍‌ଷ୍ଟାଣ୍ଡରେ ପ୍ରବେଶ କରିବା ପରେ ଏହି ଗଣ୍ଡଗୋଳ ଘଟିଥିବା କୁହାଯାଉଛି। ଘଟଣାସ୍ଥଳରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସେପଟେ ପୁଲିସ୍ ଏହି ଘଟଣାରେ ଉଭୟ ପକ୍ଷରୁ ୧୦ ଜଣଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଥିବା ଜଣାପଡିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories