www.samajalive.in
Monday, December 15, 2025
27.1 C
Bhubaneswar

ରାମଦେବ ଲାଭାଂଶ ବାଣ୍ଟିବାକୁ ବାଧ୍ୟ: ହାଇକୋର୍ଟ

ନୈନିତାଲ୍‍: କମ୍ପାନୀରୁ ହେଉଥିବା ଲାଭାଂଶରେ ଭାଗୀଦାର କରିବା ପାଇଁ ବାବା ରାମଦେବଙ୍କ ସଂସ୍ଥାକୁ ନିର୍ଦେଶ ଦେଇଛନ୍ତି ଉତ୍ତରଖଣ୍ଡ ହାଇକୋର୍ଟ। ବାୟୋଲଜିକାଲ୍‍ ଡାଇଭର୍ସିଟି ଆକ୍ଟର ୨୦୦୨ ଆଧାରରେ ଉତ୍ତରାଖଣ୍ଡ ହାଇକୋର୍ଟ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ବିଚାରପତି ସୁଧାଂଶୁ ଧୁଲିଆଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ ଆୟୁର୍ବେଦରେ ପ୍ରାକୃତିକ ଜୈବ ସମ୍ପଦ ହିଁ ପ୍ରମୁଖ ଉପାଦାନ ଓ କଞ୍ଚାମାଲ୍‍ ରୂପେ ବ୍ୟବହୃତ ହେଉଛି। ସ୍ଥାନୀୟ ଅଞ୍ଚଳର ଗୁଳ୍ମ, ଲତା, ଫୁଲ ଫଳ ଆଦି ଜୈବିକ ସମ୍ପଦ ବ୍ୟବହାର କରି କମ୍ପାନୀ ୪୨୧ କୋଟି ଟଙ୍କା ଲାଭ କରିଥିବା ବେଳେ ସେଥିରୁ ୨ କୋଟି ଟଙ୍କା ସ୍ଥାନୀୟ ଅଞ୍ଚଳର କୃଷକଙ୍କ ଉନ୍ନତି ପାଇଁ ଖର୍ଚ୍ଚ କରିବା ଆବଶ୍ୟକ। ଏଥିପାଇଁ ଜାତିସଂଘର ନିୟମ ଥିବା ବେଳେ ନିୟମ ପାଳନ ପାଇଁ ଭାରତ ସରକାର ଚୁକ୍ତି କରିଛନ୍ତି। ପୂର୍ବରୁ ଏଥିପାଇଁ ଉତ୍ତରାଖଣ୍ଡ ବାୟୋଡାଇଭର୍ସିଟି ବୋର୍ଡ ରାମଦେବଙ୍କ ଦିବ୍ୟ ଫାର୍ମାସୀକୁ ଏହି ନିର୍ଦେଶ ଦେଇଥିବା ବେଳେ ବୋର୍ଡର ନିର୍ଦେଶ ବିରୋଧରେ ସଂସ୍ଥା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories