ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଯୋଗ ଦିବସ ପାଳିତ

ଡେସ୍କ: ଦଶମ ଅନ୍ତର୍ଜାତୀୟ ଯୋଗ ଦିବସ ଉପଲକ୍ଷେ କଟକ ବାରବାଟୀ ଷ୍ଟାଡିୟମ ସ୍ଥିତ ସେଣ୍ଟ ଜାଭିୟର୍ସ ଉଚ୍ଚ ବିଦ୍ୟାଳୟରେ ଉତ୍ସାହ ଉଦ୍ଦୀପନା ମଧ୍ୟରେ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଦିବସ ପାଳନ ଲାଗି ସକାଳ ୬ ଘଟିକା ସମୟରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ କର୍ମଚାରୀ ମାନେ ବିଦ୍ୟାଳୟ ପ୍ରାଙ୍ଗଣରେ ଉପସ୍ଥିତ ହୋଇ ଯୋଗ କାର୍ଯ୍ୟକ୍ରମରେ ଭାଗ ନେଇ ନେଇଥିଲେ। ବିଦ୍ୟାଳୟର କ୍ରୀଡା ପ୍ରଶିକ୍ଷକ ସେକ ଅସଫାକଙ୍କ ନେତୃତ୍ବରେ ୪ ଜଣ ତାଲିମପ୍ରାପ୍ତ ଛାତ୍ରୀଙ୍କ ସହଯୋଗରେ ଅତି ସୁନ୍ଦର ଭାବରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା।

ଆଜି ମଧ୍ୟ ସ୍ଥାନୀୟ ବାଲିଯାତ୍ରା ପଡିଆରେ ବିଏନ ଏନସିସି କଟକ ଗ୍ରୁପ ଦ୍ବାରା ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ବିଦ୍ୟାଳୟର ସହଯୋଗୀ ଏନସିସି ଅଧିକାରୀ ସ୍ମିତା ବିଶ୍ବାଳଙ୍କ ନେତୃତ୍ଵରେ ଆମ ବିଦ୍ୟାଳୟର ଏନସିସିର ବାଳିକା କ୍ୟାଡେଟ ମାନେ ଯୋଗଦାନ କରି ଉଚ୍ଚ ପ୍ରସଂଶିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ କଟକ ବାରବାଟୀ ବିଧାୟିକା ସୋଫିଆ ଫିରଦୋଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।

ବିଦ୍ୟାଳୟରେ ଯୋଗ ଦିବସ ପାଳନ ଅବସରରେ ଅଧ୍ୟକ୍ଷ ଡ଼. ପ୍ରିୟଦର୍ଶୀ ନାୟକ କହିଥିଲେ, ଛାତ୍ରଛାତ୍ରୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ଆମର ଏକାନ୍ତ କାମ୍ୟ, ତେଣୁ ପ୍ରତ୍ୟହ ଯୋଗ ସମସ୍ତଙ୍କ ପାଇଁ ଏକାନ୍ତ ଆବଶ୍ୟକ। ଯାହା ଶରୀରକୁ ସୁସ୍ଥ ରଖିବା ସହ କାର୍ଯ୍ୟ କରିବା ପାଇଁ ନୂଆ ପ୍ରେରଣା ଯୋଗାଇ ଥାଏ। ତେଣୁ ଏହା କେବଳ ଗୋଟିଏ ଦିନ ପାଇଁ ପାଳନ କରାନଯାଇ ସବୁଦିନର ଅଭ୍ୟାସ ହେବା ଜରୁରୀ ବୋଲି ସେ କହିଥିଲେ।

Comments are closed.