www.samajalive.in
Saturday, December 6, 2025
26.1 C
Bhubaneswar

ଅତାବିରାରେ ବ୍ଲକସ୍ତରୀୟ ଅନ୍ତର୍ଜାତୀୟ ଯୋଗ ଦିବସ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ ଏସି ଅନ୍ତର୍ଗତ ଅତାବିରା ଉଚ୍ଚ ବିଦ୍ୟାଳୟରେ ବ୍ଲକସ୍ତରୀୟ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଟିତ ହୋଇଯାଇଛି। ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୂର୍ଯ୍ୟ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ବ୍ଲକ୍, ତହସିଲ ଓ ଏନ୍ ଏସି କୁ ନେଇ ୨୩୬ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ, ପ୍ରଶାସନିକ ଅଧିକାରୀ ତଥା କର୍ମଚାରୀ ମାନେ ଯୋଗ ଦେଇଥିଲେ। ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗିରିନ୍ଦ୍ର ସାହୁଙ୍କ ପରି ଚାଳନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଟାଙ୍ଗରପାଲି ଶାନ୍ତିବନ ଆଶ୍ରମର ନାରଦା ନନ୍ଦ ସରସ୍ଵତୀ ମୁଖ୍ୟ ଯୋଗ ଶିକ୍ଷକ ରୂପେ ଯୋଗ ଦେଇଥିବା ବେଳେ ଗୋବିନ୍ଦ କଠାର, ପ୍ରଶାନ୍ତ ପଣ୍ଡା ଯୋଗ ପ୍ରଶିକ୍ଷକ ଭାବରେ ରହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ବ୍ଲକ୍ ବିତ୍ତ ଅଧିକାରୀ ଅଷାଢୁୁ କିସାନ, ତହସିଲଦାର୍ ବ୍ରଜବନ୍ଧୁ ସାହୁ, ସ୍କୁଲ ର ପ୍ରଧାନ ଶିକ୍ଷକ ମନୋଜ ହର୍ ପାଲ୍, ଅତାବିରା ପଞ୍ଚାୟତ ଅଧିକାରୀ ମହମ୍ମଦ ଆକବର୍, ପଞ୍ଚାୟତ ନିର୍ବାହୀ ଅଧିକାରୀ ସରୋଜ ନନ୍ଦ, ଗୋଷ୍ଠୀ ଶିକ୍ଷା ଅଧିକାରୀ ମିଶ୍ରାଣୀ କୁମ୍ଭାର ମଂଚାସୀନ ଥିଲେ।

Hot this week

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

Related Articles

Popular Categories