www.samajalive.in
Monday, December 8, 2025
27.1 C
Bhubaneswar

ହ୍ୱାଟ୍ସଆପ୍‌‌ ଷ୍ଟକ୍‌‌ ମାର୍କେଟ ସ୍କାମ୍‌‌: ୭୧ବର୍ଷୀୟଙ୍କୁ ଚୁନ ଲଗାଇଲେ ମହିଳା, ଲୁଟିଲେ ୨କୋଟି

ନୂଆଦିଲ୍ଲୀ: ଷ୍ଟକ୍‌‌ ମାର୍କେଟ ସ୍କାମରେ ଫଶିଲେ ୭୧ବର୍ଷୀୟ ବୃଦ୍ଧ। ନିବେଶ କରିବାକୁ ଯାଇ ହରାଇଲେ ୨କୋଟି ଟଙ୍କା। ବୃଦ୍ଧ ଜଣଙ୍କ ପୂର୍ବରୁ ଅର୍ଥନୈତିକ ସେକ୍ଟରରେ କାମ କରୁଥିଲେ। ଅର୍ଥାତ ତାଙ୍କ ପୁରା ଜୀବନ ଟଙ୍କା ପରିଚାଳନା ଦିଗରେ ହିଁ ଅତିବାହିତ ହୋଇଥିବ। ଏପରି ପରିସ୍ଥିତିରେ ଯଦି ସେହି ବ୍ୟକ୍ତ ଠକାମିର ଶିକାର ହେଉଛନ୍ତି ତେବେ ଭାବନ୍ତୁ ସାଇବର ଠକେଇର ଜାଲ କିଭଳି ଭାବରେ ବିଛାଯାଉଛି। ହ୍ୱାଟ୍ସଆପ୍‌‌ ଷ୍ଟକ୍‌‌ ମାର୍କେଟ ଜରିଆରେ ଏଭଳି ଠକାମିର ଶିକାର ହେଉଛନ୍ତି ଲୋକେ। ଏଥିରେ ଜଣେ ବ୍ୟକ୍ତି ନୁହେଁ ଅନେକ ଗୋଷ୍ଠୀ ସାମିଲ ଥିବା କୁହାଯାଉଛି। ଯଦି ଆପଣ ବ୍ୟାଙ୍କରେ ରଖିଥିବା ଟଙ୍କା ଉପରେ ଭଲ ରିଟର୍ଣ୍ଣ ପାଇବାକୁ ଚେଷ୍ଟା କରି ନିବେଶ କରିବାକୁ ସୁଯୋଗ ଖୋଜୁଛନ୍ତି ତେବେ ଆପଣ ସତର୍କ ହେବା ଆବଶ୍ୟକ।

ସୂଚନା ଅନୁସାରେ ମୁମ୍ବାଇର ୭୧ବର୍ଷୀୟ ବୃଦ୍ଧ ଜଣଙ୍କୁ ଜଣେ ମହିଳା ଫୋନ କଲ କରି ସେୟାର ମାର୍କେଟରେ ନିବେଶ କରିବାକୁ ଏକ ଲୋଭନୀୟ ଅଫର ଦେଇଥିଲେ। ଯେତେବେଳେ ବୃଦ୍ଧ ଜଣଙ୍କ ମହିଳାଙ୍କ ଜାଲରେ ପଡିଗଲେ ସେତେବେଳେ ତାଙ୍କୁ ଏକ ନକଲି ମୋବାଇଲ୍‌‌ ଫୋନ୍‌‌ ଆପ୍ଲିକେସନ ଡାଉନଲୋଡ କରିବାକୁ କହିଥିଲେ। ଏହି ନକଲି ଆପ୍‌‌ ଏକ ନିବେଶ କମ୍ପାନୀର ପ୍ରକୃତ ଆପ୍‌‌ ଭଳି ହୋଇଥିଲା। ଏହାପରେ ଆରମ୍ଭ ହୋଇଥିଲା ଠକାମିର ଖେଳ।
ଆପ୍‌‌ ଇନଷ୍ଟଲ କରିବା ପରେ ହ୍ୱାଟ୍ସଆପ୍‌‌ ଗ୍ରୁପରେ ବୃଦ୍ଧ ଜଣଙ୍କ ଯୋଡି ହୋଇଥିଲେ। ଗ୍ରୁପରେ ଥିବା ଅନ୍ୟ ସଦସ୍ୟମାନେ ଅନେକ ଗୁଡିଏ ସ୍କ୍ରିନ୍‌‌ ସଟ୍‌‌ ପଠାଉଥିଲେ। ଗ୍ରୁପରେ ମିଳିଥିବା ଟିପ୍ସ ଦ୍ୱାରା ସେମାନେ କିଭଳି ଲାଭବାନ ହୋଇ ବହୁତ ଟଙ୍କା ରୋଜଗାର କରିଥିଲେ ସେ ସମ୍ପର୍କରେ ସ୍କ୍ରିନ୍‌‌ ସଟ୍‌‌ ବାରମ୍ବାର ପଠାଇଥିଲେ। ଏଭଳି ପ୍ରାୟ ଏକ ମାସ ହେବ ଚାଲିଥିଲା। ଏଥିରୁ ବୃଦ୍ଧ ଜଣକ ନିଶ୍ଚିତ ହୋଇଥିଲେ ଯେ ସବୁକିଛି ଠିକ୍‌‌ ଅଛି। ଏହାପରେ ସେ ୨କୋଟି ଟଙ୍କା ନିବେଶ କରିଥିଲେ। କିଛି ସମୟ ମଧ୍ୟରେ ୨କୋଟି ବଦଳରେ ୧୪କୋଟି ଟଙ୍କାର ଲାଭ ତାଙ୍କ ଆକାଉଣ୍ଟରେ ସୋ କରିଥିଲା। ଆକାଉଣ୍ଟରେ ବିପୁଳ ପରିମାଣର ଅର୍ଥରାଶି ଦେଖି ବୃଦ୍ଧ ଜଣକ ସେହି ଅର୍ଥରୁ ଲାଭ ପ୍ରତ୍ୟାହାର କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାହା ହୋଇନଥିଲା। ଏଥିରେ ତାଙ୍କୁ କୁହାଯାଇଥିଲା ଯେ ଟଙ୍କା ଉଠାଣ ବାବଦକୁ ଟିକସ ଅଲଗା ଏକ ଆକାଉଣ୍ଟରେ ଦେବାକୁ ପଡିବ। ବୃଦ୍ଧ ଜଣକ ବୁଝିଥିଲେ ଯେ ଠକେଇର ଶିକାର ହୋଇଛନ୍ତି। ଏହାପରେ ପୁଲିସକୁ ଖବର ଦେଇଥିଲେ ବୃଦ୍ଧ। ବର୍ତ୍ତମାନ ଘଟଣାର ତଦନ୍ତ କରୁଛି ପୁଲିସ।

- Advertisement -

 

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories