www.samajalive.in
Saturday, December 6, 2025
23.1 C
Bhubaneswar

ପୁଟିନ୍‌‌-କିମ୍‌‌ ଜୋଙ୍ଗ୍‌‌ଙ୍କ ବନ୍ଧୁତା ଦେଖି ନାଟୋ ଦେଶ କାବା

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌‌ ଓ ଉତ୍ତର କୋରିଆ ଶାସକ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କ ବନ୍ଧୁତାର କିଛି ରୋଚକ ଦୃଶ୍ୟ ବିଶ୍ୱ ରାଜନୀତିରେ ଏବେ ହଇଚଇ ସୃଷ୍ଟି କରିଛି। ଦୁନିଆର ଦୁଇ ଶକ୍ତିଶାଳୀ ରାଜନେତା ପରସ୍ପର ସହିତ ଏଭଳି ହାତ ମିଳାଇଛନ୍ତି ଯେ ଯାହାକୁ ଦେଖି ନାଟୋ ଦେଶଗୁଡିକ ଆଶ୍ଚର୍ଯ୍ୟ ହୋଇଛନ୍ତି। ପୁଟିନ ଉତ୍ତର କୋରିଆ ଗସ୍ତରେ ଯାଇ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କ ସହିତ ସ୍ୱତନ୍ତ୍ର ସାକ୍ଷାତକାର କରିଛନ୍ତି। ଏହି ଅବସରରେ ଦୁଇ ନେତା ପରସ୍ପରକୁ କିଛି ଉପହାର ଦେଇଛନ୍ତି। ପୁଟିନ କିମ୍‌‌ ଜୋଙ୍ଗ୍‌‌ ଉନ୍‌‌ଙ୍କୁ ଏକ ବିଳାସପୂର୍ଣ୍ଣ ଲିମୋସିନ୍‌‌ ବ୍ରାଣ୍ଡର ଅରୁସ୍‌‌ ନାମକ ଏକ କାର ଉପହାର ଦେଇଛନ୍ତି। ଏହି ଗାଡିଟି ଅନେକ ପ୍ରକାର ଆକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ହେଲେ ସବୁଠାରୁ ଐତିହାସିକ ମୁହୂର୍ତ୍ତ ହେଉଛି ଯେତେବେଳେ କିମ୍‌‌ ଓ ପୁଟିନ୍‌‌ ଉଭୟ ସେହି କାରରେ ବସି ଯାତ୍ରା କରିଥିଲେ। ପୁଟିନ୍‌‌ ନିଜେ ଗାଡି ଚଳାଉଥିବାର ଭିଡ଼ିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେଉଛି। ସେହିପରି ପୁଟିନଙ୍କୁ କିମ୍‌‌ ଏକ କୁକୁର ଉପହାର ଦେଇଥିବା ଜଣାପଡିଛି।

Hot this week

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

Related Articles

Popular Categories