www.samajalive.in
Sunday, December 7, 2025
23.1 C
Bhubaneswar

ଘୋଡ଼ାବନ୍ଧ ହାଇସ୍କୁଲରେ ଆନ୍ତର୍ଜାତିକ ଯୋଗ ଦିବସ

ନର୍ଲା: ଘୋଡ଼ାବନ୍ଧ ସରକାରୀ ନୋଡାଲ ହାଇସ୍କୁଲଠାରେ ଶୁକ୍ରବାର ୧୦ତମ ଆନ୍ତର୍ଜାତିକ ଯୋଗ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ପ୍ରଧାନ ଶିକ୍ଷକ କିଶୋର କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଯୋଗ ଦିବସରେ ଯୋଗ ଶିକ୍ଷକ ଭାବରେ ଅବସରପ୍ରାପ୍ତ ଶିକ୍ଷକ ହର୍ଷବର୍ଦ୍ଧନ ଭୋଇ ଓ ଯୋଗ, ପ୍ରାକୃତିକ ଚିକିତ୍ସା ତାଲିମପ୍ରାପ୍ତ ସଂଗୀତା ଭୋଇ ଯୋଗ ଦେଇଥିଲେ । ନିମନ୍ତ୍ରିତ ଅତିଥି ଭାବରେ ସମାଜ ଖବର କାଗଜର ନର୍ଲା ସମ୍ବାଦଦାତା ମନୋଜ କୁମାର ଷଡ଼ଙ୍ଗୀ ଯୋଗ ଦେଇଥିଲେ । ପ୍ରଥମେ ଈଶ୍ୱର ଆରାଧନା, ପ୍ରଦୀପ ପ୍ରଜ୍ବଳନ ପରେ ଅତିଥି ପରିଚୟ ପ୍ରଦାନ କରି ଯୋଗ ଶିକ୍ଷା ପ୍ରଦାନ କରିଥିଲେ ଯୋଗ ଗୁରୁ । ସମସ୍ତ ଶିକ୍ଷକ/ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀ ଯୋଗ ଦେଇ ଯୋଗ କରିଥିଲେ । ଯୋଗ ସମ୍ବନ୍ଧରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ ଯୋଗ ଗୁରୁ ଓ ଅତିଥିମାନେ । ଏହାପରେ ସମସ୍ତେ ଦୈନଦିନ ଜୀବନରେ ଯୋଗ ଓ ପ୍ରାଣାୟାମକୁ ସାମିଲ କରିବା ପାଇଁ ଶପଥ ନେଇଥିଲେ । ସମସ୍ତ ଛାତ୍ରଛାତ୍ରୀ, ବିଦ୍ୟାଳୟର ସମସ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମରେ ଯୋଗଦାନ କରିଥିଲେ ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories