www.samajalive.in
Tuesday, December 9, 2025
16.1 C
Bhubaneswar

ଏବେ ଟିକାବାଲି ବାନାଞ୍ଚଳରେ ୨୫ ଟିକିଆ ହାତୀପଲ

ଜି ଉଦୟଗିରି: ଦୀର୍ଘ ୩୬ଦିନ ପରେ ୨୫ ଟୀକିଆ ହାତୀପଲ ଏବେ ଜି ଉଦୟଗିରି ବନାଞ୍ଚଳଛାଡି ଟିକାବାଲି ବନ୍ୟାଞ୍ଚଳ ଅନ୍ତର୍ଗତ ଚକାପାଦ ସେକ୍ସନର ପସରା ବିଟ ଅନ୍ତର୍ଗତ ମୁଣ୍ଡାଗା ଅଞ୍ଚଳକୁ ଚାଲିଯାଇଥିବା ବନବିଭାଗ ପକ୍ଷରୁ ସୂଚନା ମିଳିଛି।ବିବରଣୀରୁ ପ୍ରକାଶ ଯେ ୨୫ଟିକିଆ ହାତୀପଲରୁ ୨୪ଟି ହାତୀ ପଳାଇ ଥିବା ବେଳେ ଗୋଟିଏ ଦନ୍ତା ବାଟବଣା ହୋଇ ରହିଯାଇଛି। ଗୁରାବାର ସକାଳ ପ୍ରାୟ ୭ଟା ରୁ ୯ଟା ପର୍ଯ୍ୟନ୍ତ କଳିଙ୍ଗା ଉଚ୍ଚ ବିଦ୍ୟାଳୟ ଓ ତା ଆଖ ପାଖ ଅଞ୍ଚଳରେ ବୁଲୁଥିବା ଦେଖିଥିଲେ ଯେହେତୁ ଏହା ବିଭିନ୍ନ ଜିଲ୍ଲାକୁ ସଂଯୋଗ କରୁଛି ଉକ୍ତ ଦନ୍ତାକୁ ଦେଖିବାକୁ ଭିଡ଼ ଜମିଥିଲା। ପରେ ବନବିଭାଗ ଜଙ୍ଗଲକୁ ଘଉଡାଇ ଦେଇଥିବା ଜଣାପଡିଛି। ପ୍ରକାଶ ଥାଇକି ଗତ ବର୍ଷ ମଧ୍ୟ ୧୮ ତିକିଆ ହାତୀପଲ ଦୀର୍ଘ ୧୨/୧୫ଦିନ ଧରି ଉପଦ୍ରବ କରିଥିଲେ। ବନ ବିଭାଗ ସହ ଯୋଗାଯୋଗ କରିବାରେ ବର୍ତ୍ତମାନ ସୁଧା ପାଖାପାଖି ୩୬ରୁ ଉର୍ଦ୍ଧ୍ବ ଆବେଦନକାରୀଙ୍କ ଅନୁକମ୍ପା ଆପ୍ ସାହାଯ୍ୟରେ ଦରଖାସ୍ତ ଗ୍ରହଣ କରାଯାଇଛି। ଯେହେତୁ ବର୍ତମାନ ହାତୀପଲ ଟିକାବାଲି ବନ୍ୟାଞ୍ଚଳ ଅନ୍ତର୍ଗତ ମୁଣ୍ଡଗା ଜଙ୍ଗଲକୁ ଚାଲିଯାଇଥିବା ଟିକାବାଲି ବନ୍ୟାଞ୍ଚଳ ଅଧିକାରିଣୀ ମାଣିକେଶ୍ଵରୀ ପଟନାୟକ ଓ କଳିଙ୍ଗା ସେକ୍ସନ ବନପାଳ ରଶ୍ମିତା ବକ୍ସି ସୂଚନା ଦେଇଛନ୍ତି। ତେବେ କ୍ଷୟକ୍ଷତିଙ୍କ ଆବେଦନ ସଂଖ୍ୟା ପାଖାପାଖି ୫୦ରୁ ୬୦ହୋଇପାରେ ବୋଲି ସୂଚନା ମିଳିଛି।

Hot this week

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

ସମ୍ପାଦକୀୟ : ଗୋଆ ଅଗ୍ନିକାଣ୍ଡ

କେବେ ଆମେ ସଚେତନ ହେବା ? ଗୋଆର ଏକ ନାଇଟ୍ କ୍ଲବରେ ଯେଉଁ...

ମଙ୍ଗଳବାର ରାଶିଫଳ: ଭାଗ୍ୟ ଡୋରିକୁ ନିଜ ହାତରେ ରଖିବେ, ବ୍ୟବସାୟରୁ ପ୍ରଚୁର ଲାଭ ହେବ

ମେଷ: ସୁଖଦା, ସତ୍‌ଚରିତ୍ରା, ପତିବ୍ରତା ସହଧର୍ମିଣୀଙ୍କ ପରାମର୍ଶ ଉପାଦେୟ ହେବ। ବିଭିନ୍ନ ସୂତ୍ରରୁ...

Related Articles

Popular Categories