www.samajalive.in
Saturday, December 6, 2025
26.1 C
Bhubaneswar

ପଶ୍ଚିମବଙ୍ଗ ରେଳ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ଆଜିଠୁ ତଦନ୍ତ ଆରମ୍ଭ

କଲକାତା : ପଶ୍ଚିମବଙ୍ଗର ନିଉ ଜଳପାଇଗୁଡି ନିକଟସ୍ଥ ରଙ୍ଗାପାଣି ଷ୍ଟେସନ ନିକଟରେ ସୋମବାର କାଞ୍ଚନଜଙ୍ଘା ଏକ୍ସପ୍ରେସ ଓ ଏକ ମାଲଗାଡି ମଧ୍ୟରେ ଘଟିଥିବା ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ସ୍ନେହା ମଣ୍ଡଳ ନାମ୍ନୀ ଜଣେ ଶିଶୁକୁ ଗୁରୁତର ଆହତ ଅବସ୍ଥାରେ ଉତ୍ତର ବଙ୍ଗ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ମଙ୍ଗଳବାର ସ୍ନେହାଙ୍କର ମୃତ୍ୟୁ ଘଟିବା ଫଳରେ ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି। ପୂର୍ବରୁ ରେଳ ବିଭାଗ ପକ୍ଷରୁ ମୃତକଙ୍କ ସଂଖ୍ୟା ୧୦ ଘୋଷଣା କରାଯାଇଥିଲା। ଅପରପକ୍ଷରେ ଆଜିଠାରୁ ଦୁର୍ଘଟଣାର ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଉତ୍ତର-ପୂର୍ବ ସୀମାନ୍ତ ରେଳପଥର ଚିଫ୍‌ କମିସନର ଅଫ୍‌ ରେଲୱେ ସେଫ୍ଟି ଜନକ କୁମାର ଗର୍ଗଙ୍କ ନେତୃତ୍ବରେ ତଦନ୍ତ କାର୍ଯ୍ୟ ସମ୍ପାଦନ କରାଯିବ ବୋଲି କୁହାଯାଇଛି। ସେ କହିଛନ୍ତି ଯେ ଲାଲ ସିଗ୍‌ନାଲଟିକୁ ଅମାନ୍ୟ କରି ମାଲଗାଡ଼ିଟି ଆଗେଇ ଯାଇଥିଲା। ଫଳରେ ଏହା ସମାନ ଟ୍ରାକ୍‌ରେ ଥିବା କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ପଛରୁ ଧକ୍କା ଦେଇଥିଲା। ଅନ୍ୟପକ୍ଷରେ ରେଳ ଅଧିକାରୀଙ୍କ ଦାବି ଯେ ଗତ କିଛିଦିନ ଧରି ଏହି ଶାଖାରେ ଅଟୋମେଟିକ୍‌ ସିଗ୍‌ନାଲ ଗଣ୍ଡଗୋଳ ଥିଲା। ଯାହାଦ୍ବାରା ମାଲ୍‌ଗାଡ଼ିଟି କାଞ୍ଚନଜଙ୍ଘା ଏକ୍ସପ୍ରେସକୁ ଧକ୍କା ମାରିଥିଲା। ଅପରପକ୍ଷରେ ଆହୁରି କୁହାଯାଇଛି ଯେ ସୋମବାର ଭୋର ୫ଟା ୫୦ମିନିଟ୍‌ରୁ ରଙ୍ଗାପାଣି ଓ ଚଟେରହାଟ ଷ୍ଟେସନ ମଧ୍ୟରେ ଅଟୋମେଟିକ୍‌ ସିଗ୍‌ନାଲିଂ ବ୍ୟବସ୍ଥା ଅଚଳ ହୋଇପଡ଼ିଥିଲା। ତେଣୁ ସେହି ପରିସ୍ଥିତିରେ ‘ପେପର୍‌ ଲାଇନ୍‌ କ୍ଲିୟରିଂ ଟିକଟ’ (କାଗଜ ସିଗନାଲିଂ ବ୍ୟବସ୍ଥା) ପ୍ରକ୍ରିୟାରେ ଟ୍ରେନ୍‌ ଦୁଇଟି ଚାଲିଥିଲା, ଅର୍ଥାତ୍‌ ଦୁଇଟି ଟ୍ରେନ୍‌କୁ ଧୀରଗତିରେ ଯିବାପାଇଁ ଅନୁମତି ଦିଆଯାଇଥିଲା, କିନ୍ତୁ ମାଲଗାଡ଼ି ଚାଳକ ଏହି କ୍ଷେତ୍ରରେ ଦ୍ରୁତ ଗତିରେ ଟ୍ରେନ୍‌ଟି ଚଳାଇଥିଲେ, ଯାହାଦ୍ବାରା ଏଭଳି ଦୁର୍ଘଟଣା ଘଟିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories