www.samajalive.in
Sunday, December 7, 2025
26.1 C
Bhubaneswar

ପୁରସ୍କାର ରାଶି ଦାନକଲେ ଡା. ରାମଚନ୍ଦାନୀ; ୧୦ ଜଣ କର୍କଟ ରୋଗୀଙ୍କୁ ୫ ହଜାର ଲେଖାଏଁ ଦେଲେ

ବୁର୍ଲା: ସାମାଜ ସେବା ପାଇଁ ଲାଭ କରିଥିବା ସମ୍ମାନର ଅର୍ଥରାଶିକୁ ଭିମ୍‌ସାର ମେଡିସିନ୍ ବିଭାଗ ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନୀ କର୍କଟ ରୋଗୀଙ୍କୁ ଦାନ କରି ପୁଣିଥରେ ଚର୍ଚ୍ଚା ପରିସରକୁ ଆସିଛନ୍ତି। କିଛିଦିନ ପୂର୍ବରୁ ଡା. ରାମଚନ୍ଦାନୀ ପ୍ରଫେସର ରାଧାମୋହନ ସ୍ମୃତି ସମ୍ମାନରେ ସମ୍ମାନୀତ ହୋଇଥିଲେ। ନିଃସ୍ବାର୍ଥ ରୋଗୀ ସେବା ପାଇଁ ରାଧାମୋହନ ସ୍ମୃତି କମିଟି ପକ୍ଷରୁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏଥିରେ ପୁରସ୍କାର ଭାବେ ମାନପ‌ତ୍ର ସହ ତାଙ୍କୁ ୫୦ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଏହି ୫୦ ହଜାର ଟଙ୍କାକୁ ଡା. ରାମଚନ୍ଦାନୀ ୧୦ ଜଣ କର୍କଟ ରୋଗୀଙ୍କ ମଧ୍ୟରେ ୫ ହଜାର ଲେଖାଏଁ ଦାନ କରିଛନ୍ତି। କର୍କଟ ରୋଗୀ ଓଡ଼ିଶାର ବିଭିନ୍ନ ଜିଲାର ଥିବାବେଳେ ଜଣେ ଛତିଶଗଡ଼ ରାଜ୍ୟର ବୋଲି ଜଣାପଡ଼ିଛି। ଡା. ରାମଚନ୍ଦାନୀ ଟଙ୍କିକିଆ କ୍ଲିନିକ୍ ସହିତ ଟଙ୍କିକିଆ ଔଷଧ ସେବା ଏବଂ ପରୀକ୍ଷା ସେବା ନିୟମିତ ଯୋଗାଇ ଦେଉଛନ୍ତି। ଏହାଦ୍ଵାରା ଅନେକ ଗରିବ ରୋଗୀ ଉପକୃତ ହୋଇ ଆସୁଛନ୍ତି। ଡାକ୍ତର ରାମଚନ୍ଦାନୀ ଏହିଭଳି ଭାବରେ ନିୟମିତ ଭାବରେ ବିଭିନ୍ନ ବର୍ଗର ଗରିବଙ୍କୁ ସାହାଯ୍ୟ ସହାୟତା ପ୍ରଦାନ କରି ଉଚ୍ଚ ପ୍ରଶଂସିତ ହୋଇ ଆସୁଛନ୍ତି।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories