www.samajalive.in
Saturday, December 6, 2025
19.1 C
Bhubaneswar

ଟ୍ରକ ଧକ୍କାରେ ଯୁବକ ମୃତ

ଝୁମ୍ପୁରା : ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଗଣ୍ଡବରେଇ ନାଳ ନିକଟରେ ଟ୍ରକ ଓ ବାଇକ୍ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମିଳିଥିବା ସୂଚନାରୁ ଜଣାଯାଏ ଯେ ବାରିଆ ଥାନା ଅନ୍ତର୍ଗତ ରାଣୀପୁର ଗ୍ରାମର ଭଗବାନ ଗିରି (୩୭) ଉଖୁଣ୍ଡାକୁ କିଛି କାମ ପାଇଁ ଯାଇଥିଲେ। କାମ ସାରି ଘରକୁ ଫେରୁଥିବା ସମୟରେ ଗଣ୍ଡବରେଇ ନାଳ ନିକଟରେ ଟ୍ରକ ସହିତ ବାଇକ୍ ଧକ୍କା ହୋଇଥିଲା। ଭଗବାନ ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ସହଯୋଗରେ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ପଠାଇଥିଲେ କିନ୍ତୁ ଡାକ୍ତର ସେଠାରେ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ସ୍ଥଳରୁ ଟ୍ରକକୁ ଛାଡି ଡ୍ରାଇଭର ଓ ସହଯୋଗୀ ଫେରାର ହୋଇଯାଇଛନ୍ତି। ବାରିଆ ପୁଲିସ ତରଫରୁ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ବାଇକ୍ କୁ ଜବତ କରିବା ସହିତ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶବକୁ ଜବତ କରିବା ସହିତ ଏକ ମାମଲା ରୁଜୁ କରିବା ପରେ ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ଜଣାଯାଇଛି।

ଦେଖନ୍ତୁ ଭିଡିଓ ; ପାଣି ପିଉଥିଲା ହରିଣ, ଆଉ ହଠାତ୍ ହେଲା ଏମିତି..

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories