www.samajalive.in
Sunday, December 7, 2025
23.1 C
Bhubaneswar

ହାଣ୍ଡିଶାଳକୁ ମହଙ୍ଗା ମାଡ: କନ୍ଦାଇଲାଣି ପିଆଜ

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସାରା ରାଜ୍ୟକୁ ଅଗ୍ରସର ହୋଇନଥିବା ବେଳେ ତଥାପି ଏବେଠାରୁ ପନିପରିବା ଦର ବଢିବା ଲୋକଙ୍କୁ ବାଧୁଛି। ପିଆଜ ଦର ୫ଦିନ ମଧ୍ୟରେ କିଲୋଗ୍ରାମ୍‌‌ ପିଛା ପାଖାପାଖି ୧୦ଟଙ୍କା ବଢିଲାଣି। ଜୁନରେ ପିଆଜ କନ୍ଦାଉଥିବା ବେଳେ ପନିପରିବା ଦର ବଢିବା ହେତୁ ହାଣ୍ଡିଶାଳକୁ ମହଙ୍ଗା ମାଡ ହେବା ସହ ଖାଉଟିଙ୍କ ପକେଟକୁ ବାଧୁଛି। ସବୁ ପନିପରିବା ଦର ୫୦ଟଙ୍କାରେ ଉପରେ ରହିଛି ଏବଂ ଅଗଷ୍ଟ ୧୫ ପର୍ୟ୍ୟନ୍ତ ଦର କମିବା ସମ୍ଭାବନା କମ୍‌‌ ବୋଲି ପରିବା ବ୍ୟବସାୟୀ କହୁଛନ୍ତି। ସପ୍ତାହେ ତଳେ କଟକର ଛତ୍ରବଜାରରେ ପିଆଜ କିଲୋ ପ୍ରତି ୨୫ରୁ ୩୦ ଟଙ୍କା ରହିଥିଲା ଏବେ ଦର ୪୦ ଟଙ୍କାରେ ବିକ୍ରି ହେଉଛି। ବ୍ରହ୍ମପୁରରେ ପିଆଜ କିଲୋ ପ୍ରତି ୪୫ ଟଙ୍କା ଟପିଲାଣି। ସେହିପରି ଭୁବନେଶ୍ୱରରେ ପିଆଜ କିଲୋ ୩୫ରୁ ୪୦ ଟଙ୍କା ରହିଛି। ୟୁନିଟ ୧ର ବ୍ୟବସାୟୀମାନେ କହୁଛନ୍ତି ଯେ ରାଜ୍ୟକୁ ମହାରାଷ୍ଟ୍ର ନାସିକରୁ ପିଆଜ ଆସୁଛି। ସେଠାରୁ ଓଡ଼ିଶା ଆସିବାକୁ ୪ଦିନ ସମୟ ଲାଗୁଥିବାରୁ ଗରମ ଗୁଳୁଗୁଳି ପାଇଁ ପିଆଜ ସବୁ ନଷ୍ଠ ହୋଇଯାଉଛି। ନାସିକରେ ଦର ଉଚ୍ଚା ଥିବାରୁ ଓଡ଼ିଶା ଆସିବା ପାଇଁ କିଲୋଗ୍ରାମ୍‌‌ ପିଛା ସାଢେ ୪ଟଙ୍କା ଲାଗୁଛି। ଥିପାଇଁ ରାଜ୍ୟରେ ପିଆଜ ଦର ଅଧିକ ରହିଛି। ତେବେ ପରିବହନ ବ୍ୟବସ୍ଥା ଯୋଗୁ ବିଭିନ୍ନ ଜିଲାରେ ଦର ଭିନ୍ନ ଭିନ୍ନ ରହୁଛି।

 

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories