www.samajalive.in
Monday, December 8, 2025
14.1 C
Bhubaneswar

ରଣ୍ଢା ଓ ହଳଦିଆପଦର ଗଣ୍ଡଗୋଳ ଘଟଣା, ଉଭୟ ପକ୍ଷର ଦୁଇ କୋର୍ଟ ଚାଲାଣ

ଗୋପାଳପୁର; ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆ ପଦର ଓ ରଣ୍ଢା ଠାରେ ରେ ଶନିବାର ଦିନ ରାତିରେ କଥା କଟାକଟିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ମାମଲାରେ ପୁଲିସ ଆଜି ଉଭୟ ଗୋଷ୍ଠୀର ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଦୁଇଜଣ ହେଲେ ହଳଦିଆପଦରର ସୁବାଷ ଦାସ୍ ଓ ଅନ୍ୟ ଜଣେ ହେଲା ସୁମନ ଦାସ ଓରଫ ବେଙ୍ଗ ବୋଲି ପୁଲିସ ସୂଚନା ଦେଇଛି।
ଅଭିଯୋଗ ଅନୁଯାୟୀ ଗତ ଶନବାର ରାତିରେ ହରିଶ୍ଚନ୍ଦ୍ର ବେହେରା ଗାଁ ରେ ଥିବା ଚଣ୍ଡୀ ଗାଡିଆ କୁ ଗାଧେଇବାକୁ ଯାଉଥିବା ସମୟରେ ହଳଦିଆପଦର ସୁବାଷ ଦାସ୍ ଓ ଅନ୍ୟ ୩ ଜଣ ମିଶି ଗାଳିଗୁଲଜ କରିବା ସହ ଛୁରୀରେ ଆକ୍ରମଣ କରିଥିଲେ, ଫଳରେ ହରିଶ୍ଚନ୍ଦ୍ର ଙ୍କ ମୁଣ୍ଡ ରେ ଆଘାତ ଲାଗିଥିଲା। ଏହାକୁ ନେଇ ହରିଶ୍ଚନ୍ଦ୍ର ଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ପୁଲିସ ପକ୍ଷରୁ ୨୬୧/୨୪ ରେ ଏକ ମାମଲା ରୁଜୁ ତଦନ୍ତ କରିବା ସହ ମାମଲାରେ ସମ୍ପୃକ୍ତ ସୁବାଷ ଦାସ କୁ ଗିରଫ କରି କୋର୍ଟ ଚାଲାଣ କରିଛି।
ଅନ୍ୟ ପଟେ ହଳଦିଆ ପଦର  ପିତାମ୍ବର ବେହେରାଙ୍କ ଅଭିଯୋଗ ଅନୁଯାୟୀ ଶନିବାର ଦିନ ପିତାମ୍ବର ଘରୁ ବାହାରି ବାଉରି ସାହି ଛକ ଠାରେ ପହଞ୍ଚିବା ସମୟରେ ସୁମନ ଦାସ ଓରଫ ବେଙ୍ଗ ଠେଙ୍ଗା ଓ କାତିରେ ଆକ୍ରମଣ  କରିଥିଲେ। ଫଳରେ ଆହାତ ହେବା ସହ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ୧୬୨/୨୪ ରେ ଏକ ମାମଲା ରୁଜୁ କରି ବେଙ୍ଗ କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories