www.samajalive.in
Sunday, December 7, 2025
26.1 C
Bhubaneswar

ଭାରତ-ପାକ୍‌ ମ୍ୟାଚରେ ରାଗି ନିଆଁବାଣ ହୋଇଥିଲେ ଅନୁଷ୍କା, ଭିଡିଓ ଭାଇରାଲ

ସମାଜ ଡିଜିଟାଲ ଡେସ୍କ: ଟି-୨୦ ବିଶ୍ଵ କପ୍ ୨୦୨୪ ଚାଲିଛି। ବୁଧବାର ଆମେରିକା ଓ ଭାରତ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ସେହିପରି କିଛି ଦିନ ପୂର୍ବରୁ ଭାରତ-ପାକିସ୍ତାନର ରୋମାଞ୍ଚକର କ୍ରିକେଟ୍‌ ମ୍ୟାଚ୍‌ ଦେଖିବାକୁ ମିଳିଥିଲା। ମ୍ୟାଚ୍ ସମୟରେ ବିରାଟ କୋହଲିଙ୍କ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ମଧ୍ୟ ଉପସ୍ଥିତ ଥିଲେ। ଇତି ମଧ୍ୟରେ ତାଙ୍କର ଏକ ଭିଡିଓ ବେଶ୍‌ ଭାଇରାଲ ହେଉଛି, ଯେଉଁଥିରେ ସେ ଖୁବ୍‌ ଜୋର୍‌ରେ ରାଗିଥିବା ଦେଖିବାକୁ ମିଳିଛି। ଏହି ଭିଡିଓରେ ଲୋକେ ଅନେକ ପ୍ରତିକ୍ରିୟା ଦେଇଛନ୍ତି।

- Advertisement -

ଏହି ଭିଡିଓ ଜୁନ୍ ୯ରେ ହୋଇଥିବା ଭାରତ-ପାକିସ୍ତାନ ଟି-୨୦ ବିଶ୍ଵକପ୍‌ ମ୍ୟାଚ୍‌ ଦିନର, ଯେଉଁଥିରେ ଅନୁଷ୍କା ରାଗି ନିଆଁବାଣ ହୋଇଥିବା ନଜର ଆସିଛନ୍ତି। ଏହା ହେଉଛି ଷ୍ଟାଣ୍ଡରେ ବସିବା ସ୍ଥାନ, ଯେଉଁଠାରେ ସେ କାହା ସହିତ କଥାବାର୍ତ୍ତା କରୁଥିବା ଏବଂ କାହା ଆଡ଼କୁ ଇଙ୍ଗିତ କରି କିଛି କହୁଥିବା ଦେଖିବାକୁ ମିଳିଛି। ଏହି ସମୟରେ ଖୁବ୍ କ୍ରୋଧିତ ଥିବା ସ୍ପଷ୍ଟ ଜଣାପଡ଼ୁଛି। ତେବେ ରାଗିବାର କାରଣ କ’ଣ ତାହା ଜଣାପଡ଼ି ନାହିଁ। ଅନୁଷ୍କାଙ୍କ ମୁହଁର ଭାବ ଦେଖି ଜଣାପଡ଼ୁଛି ଯେ, ନିଶ୍ଚିତ ଭାବେ କିଛି ଗମ୍ଭୀର ଘଟଣା ଘଟିଥାଇପାରେ।  ସୂଚନାଯୋଗ୍ୟ, ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ୍‌ ଷ୍ଟାଡିୟମରେ ଭାରତ ପାକିସ୍ତାନକୁ ୬ ରନ୍‌ରେ ପରାସ୍ତ କରିଛି।

ଏହି ଭିଡିଓରେ ସାମାଜିକ ଗଣମାଧ୍ୟମରେ ଲୋକେ ବିଭିନ୍ନ ପ୍ରକାର କମେଣ୍ଟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘‘କିଙ୍ଗ୍‌ କୋହଲିଙ୍କ ପୁରା ପରିବାର ଆକ୍ରମଣାତ୍ମକ।’’ ଆଉ ଜଣେ ଲେଖିଛନ୍ତି, ‘‘ମଣିଷ ଉଭୟ ଖୁସି ଓ ଆକ୍ରମଣାତ୍ମକ ହୋଇପାରେ, ଏଥିରେ ବଡ଼ କଥା କ’ଣ।’’ ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ‘‘ୟୁଏସରେ ଭିଭିଆଇପି ଆତିଥ୍ୟ ମିଳିନାହିଁ’’। ଅପରପକ୍ଷେ ଅଧିକାଂଶ ୟୁଜର ରାଗର କାରଣ ଜାଣିବାକୁ ଚାହିଁଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories