www.samajalive.in
Saturday, December 6, 2025
16.1 C
Bhubaneswar

ମହଙ୍ଗା ହେଲା ମଦ ଓ ବିୟର

ଚଣ୍ଡିଗଡ: ହରିୟାଣାରେ ନୂଆ ମଦ ନୀତି ବୁଧବାରଠାରୁ କାର୍ଯ୍ୟକାରୀ ହୋଇଛି । ନୂଆ ନୀତି ଲାଗୁ ହେବା ଫଳରେ ରାଜ୍ୟରେ ମଦ ବିକ୍ରେତାଙ୍କ ପାଇଁ ଏକ ଖରାପ ଖବର ଆସିଛି। କାରଣ ରାଜ୍ୟରେ ମଦ ମହଙ୍ଗା ହୋଇଛି। ଏହାବ୍ୟତୀତ ବିୟର ମଧ୍ୟ ମହଙ୍ଗା ହୋଇଛି। ନିକଟରେ କ୍ୟାବିନେଟ ବୈଠକରେ ହରିୟାଣା ସରକାର ନୂଆ ମଦ ନୀତିକୁ ଅନୁମୋଦନ କରିଥିଲେ। ଲୋକସଭା ନିର୍ବାଚନ ସମୟରେ ସରକାର ନିର୍ବାଚନ ଆୟୋଗଙ୍କ ଅନୁମୋଦନ ନେଇଥିଲେ ଏବଂ ବର୍ତ୍ତମାନ ଏହା ରାଜ୍ୟରେ କାର୍ଯ୍ୟକାରୀ ହୋଇଛି।

ଏହି ନୀତି ଲାଗୁ ହେବା ଫଳରେ ହରିୟାଣାରେ ଦେଶୀ ମଦର ମୂଲ୍ୟ ୫ଟଙ୍କା ବୃଦ୍ଧି ପାଇଥିବାବେଳେ ବିୟରର ମୂଲ୍ୟ ମଧ୍ୟ ୨୦ଟଙ୍କା ବୃଦ୍ଧି ପାଇଛି। ସେହିପରି ବିଦେଶୀ ମଦ ବୋତଲର ମୂଲ୍ୟ ମଧ୍ୟ ୫ ପ୍ରତିଶତ ବୃଦ୍ଧି ହେବାକୁ ଯାଉଛି। ସରକାରଙ୍କ ନୀତି ଅନୁଯାୟୀ ଦର ଲାଗୁ ହୋଇଛି। ହୋଲ୍‌‌ସେଲ ଦର ଅନୁଯାୟୀ ୨୦ପ୍ରତିଶତ ଲାଭ ନିଆଯାଇପାରିବ।

Hot this week

ଟିଏମ୍‌ସି ସାଂସଦଙ୍କୁ ସମ୍ବିତ ପାତ୍ରଙ୍କ କଡ଼ା ଜବାବ

‘ଓଡ଼ିଶାରେ ବାଂଲାଦେଶୀଙ୍କ ସ୍ଥାନ ନାହିଁ ’ ନୂଆଦିଲ୍ଲୀ : ଲୋକସଭା ଶୂନ୍ୟକାଳରେ ବାଂଲାଦେଶୀ...

ଇତ​ରେ ଦେଲେ ଉପଦେଶ…

ନର୍ମଦା ନଦୀର ତୀର ଦେଶରେ ଏକ ବିଶାଳ ବଟବୃକ୍ଷ କାହିଁ କେଉଁ...

ସମ୍ପାଦକୀୟ: ଇଣ୍ଡିଗୋ ସଂକଟ

ଭାରତୀୟ ବିମାନ ସେବା ଇତିହାସରେ ନିକଟ ଅତୀତରେ ଘଟିଥିବା ସବୁଠାରୁ ବଡ଼...

ଗୋପବନ୍ଧୁ ଐତିହ୍ୟର ବାହକ

ଉତ୍କଳ ଗୌରବ ମଧୁସୂଦନ ଦାସଙ୍କୁ ଶେଷ ଜୀବନରେ ମହାନ ବର୍ଷୀୟାନ ପୁରୁଷ...

ଆତଙ୍କବାଦ ବିରୋଧରେ ସାଲିସ ବିହୀନ ଲଢ଼େଇ: ବିଶ୍ବ ସମୁଦାୟକୁ ଭାରତ-ରୁଷ୍‌ର ମିଳିତ ଆହ୍ବାନ

ନୂଆଦିଲ୍ଲୀ: ଆତଙ୍କବାଦ ବିରୋଧରେ ସାଲିସ୍ ବିହୀନ ଲଢେଇ ପାଇଁ ବିଶ୍ବ ସମୁଦାୟକୁ...

Related Articles

Popular Categories