www.samajalive.in
Friday, December 5, 2025
23.1 C
Bhubaneswar

ଗାଡି ପଛେ ପଛେ ଦୌଡି ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କୁ ଏପରି କହିଲେ ମହିଳା..

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ଟିଡିପି ଜବରଦସ୍ତ ବିଜୟ ହାସଲ କରିଛି। ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ଦଳକୁ ମିଳିଥିବା ବିଜୟ ପାଇଁ ତାଙ୍କ ସମର୍ଥକ ବେଶ ଉତ୍ସାହିତ ରହିଛନ୍ତି। ନାଇଡୁ ଯେଉଁ ସ୍ଥାନରେ ମଧ୍ୟ ପହଞ୍ଚୁଛନ୍ତି, ତାଙ୍କୁ ଦେଖିବା ପାଇଁ ଲୋକେ ଏକତ୍ରିତ ହେବା ସହ ଭିଡ ଦେଖିବାକୁ ମିଳୁଛି। ମଙ୍ଗଳବାର ଦିନ ନାଇଡୁ ନିଜ ବିଧାୟକଙ୍କ ସହ ବୈଠକରେ ଯୋଗ ଦେବା ପାଇଁ ବିଜୟୱାଡା ପହଞ୍ଚି ଥିଲେ। ସେଠାରେ ତାଙ୍କର ଜଣେ ସମର୍ଥକ ମହିଳା ତାଙ୍କ ସହ ଅନେକ ଦିନ ହେବ ଦେଖା କରିବାକୁ ଚାହୁଁଥିଲେ। ମହିଳାଙ୍କ ନାମ ନନ୍ଦିନୀ ବୋଲି ଜଣାପଡିଛି।

ରାତି ସାରା ଏସିରେ ଶୋଇବା ଶରୀର ପାଇଁ ବିପଦ ; ଦେଖାଦେବ ୫ଟି ମୁଖ୍ୟ ସମସ୍ୟା..

- Advertisement -

ବୈଠକରେ ଯୋଗ ଦେବାକୁ ଯାଉଥିବା ବେଳେ ତାଙ୍କର ଏକ ଝଲକ୍ ପାଇବା ପାଇଁ ହଜାର ହଜାର ଲୋକେ ରାସ୍ତାର ଦୁଇ ପଟରେ ଅପେକ୍ଷା କରି ରହିଥିଲେ। ମହିଳା ଜଣକ ମଧ୍ୟ ସେହି ଭିଡରେ ଅପେକ୍ଷା କରି ରହିଥିଲେ। ଚନ୍ଦ୍ରବାବୁ ନାଇଡୁଙ୍କ ଗାଡି ଆସିବା ମାତ୍ରେ ମହିଳା ଜଣକ ଭିଡରୁ ବାହାରି ଗାଡି ପଛେ ପଛେ ଦୌଡିବାକୁ ଆରମ୍ଭ କରିଥିଲେ।
ଚନ୍ଦ୍ରବାବୁ ନାଇଡୁ ମହିଳାଙ୍କୁ ଦେଖି ନିଜ ଗାଡିକୁ ରୋକି ଥିଲେ। ସୁରକ୍ଷାକର୍ମୀ ଅଟକାଇଥିଲେ ମଧ୍ୟ ଚନ୍ଦ୍ରବାବୁ ନାଇଡୁ ସୁରକ୍ଷାକର୍ମୀଙ୍କୁ ଅଟକାଇବା ସହ ମହିଳାଙ୍କୁ ଡାକି କଥା ହୋଇଥିଲେ।
ମହିଳା ଜଣକ ଚନ୍ଦ୍ରବାବୁ ନାଇଡୁଙ୍କୁ କହିଥିଲେ, “ ମୁଁ ଆପଣଙ୍କୁ ମୁଖ୍ୟମନ୍ତ୍ରୀ ରୂପରେ ଦେଖିବାକୁ କେବେ ଠାରୁ ଅପେକ୍ଷା କରିଥିଲି। ଆପଣ ମୋ ପାଇଁ ଭଗବାନ ଭଳି। ମହିଳା ଜଣକ ଫଟୋ ଉଠାଇବା ସହ କିଛି ସମୟ କଥା ହୋଇଥିଲେ। ମହିଳାଙ୍କୁ ଜ୍ୱର ମଧ୍ୟ ଥିଲା। ସୁରକ୍ଷା ଅଧିକାରୀ ତାଙ୍କୁ ହସ୍ପିଟାଲ ଯିବାକୁ ପରାମର୍ଶ ଦେଇଥିଲେ।

 

Hot this week

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories