www.samajalive.in
Monday, December 8, 2025
16.1 C
Bhubaneswar

ଝାଡ଼ାବାନ୍ତି ଆତଙ୍କ: ଜଣେ ମୃତ , ୪ ଗୁରୁତର

ବିଷମକଟକ/ମୁନିଗୁଡ଼ା: ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଡାଲିଆକୁଜି ପଞ୍ଚାୟତର ଗଇଲକଣା ଗାଁରେ ଝାଡ଼ାବାନ୍ତିରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତ ଯୁବକ ଜଣକ ଗୋପାଳ କାଣ୍ଡାମାକା ବୋଲି ଜଣାପଡିଛି । ସେହିପରି ଗାଁର କାଦୁଲୁ କାଣ୍ଡାମାକା , କୁମାରୀ ମାଣ୍ଡିକା , ମିଲନ ମାଣ୍ଡିକା ଏବଂ କବିତା ଶବରଙ୍କୁ ବିଷମକଟକ ଖ୍ରୀଷ୍ଟିୟାନ ମେଡିକାଲରେ ଭର୍ତ୍ତି କରାଯାଇଛି।  ମୃତକ ଗୋପାଳ କାଣ୍ଡାମାକା ୩ଦିନ ତଳେ ଏକ ବିବାହ ଭୋଜି ଖାଇ ଫେରିବା ପରେ ତାଙ୍କର ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ। ସୋମବାର ଗୋପାଳଙ୍କୁ ପରିବାର ଲୋକେ ମୁନିଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ପରେ ତାଙ୍କୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୋମବାର ଗୋପାଳଙ୍କର ମୃତ୍ୟୁ ହୋଇଛି। ଖବରପାଇ ଗ୍ରାମରେ ବିଷମକଟକରୁ ଡାକ୍ତରୀ ଦଳ ପହଞ୍ଚି ଲୋକଙ୍କୁ ସଚେତନ କରିଥିବା ବେଳେ ଗ୍ରାମରେ ଆଉ କେହି ଆକ୍ରାନ୍ତ ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଡାକ୍ତରଖାନାରେ ରୋଗୀଙ୍କୁ ଭେଟିବା ସହ ଗାଁକୁ ଯାଇ ମୃତକଙ୍କ ପରିବାରକୁ ଯାଇ ସମବେଦନା ଜଣାଇଛନ୍ତି ନବନିର୍ବାଚିତ କଂଗ୍ରେସ ବିଧାୟକ ନିଳମାଧବ ହିକକା। ବିଷମକଟକ ଗ୍ରାମ୍ୟ ପରିମଳ ଓ ପାନୀୟଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ରାଜେଶ୍ବରୀ ପାତ୍ର ଓ ଯନ୍ତ୍ରୀ ଜିତେନ୍ଦ୍ର ପାତ୍ର ପହଞ୍ଚି ସେହି ଗ୍ରାମରେ ବ୍ଲିଚିଂ ପାଉଡ଼ର ପକାଇବା ସହ ସମସ୍ତ ନଳକୂପ ସଫା କରିବା ବ୍ୟବସ୍ଥା କରିଥିଲେ। ଝାଡ଼ାବାନ୍ତି କିପରି ବ୍ୟାପିଲା ସେନେଇ ଅନୁଧ୍ୟାନ ଚାଲିଥିବା ବିଷମକଟକ ବିଡ଼ିଓ ସଦାଶିବ ନାୟକ ସୂଚନା ଦେଇଛନ୍ତି। ‌ ବିଷମକଟକ ବିପିଏମ୍ ପ୍ରଭାକର ଧଳ କହିଛନ୍ତି, ବର୍ତ୍ତମାନ ଆଉ କେହି ଆକ୍ରାନ୍ତ ନାହାନ୍ତି। ପାଣି ପରୀକ୍ଷା ପାଇଁ ପଠାଯାଇଛି। ରିପୋର୍ଟ ଆସିବା ପରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଧଳ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories