www.samajalive.in
Saturday, December 13, 2025
26.1 C
Bhubaneswar

ଆଗଉନି ମୌସୁମୀ: ଆହୁରି ୫ ଦିନ ତାତି

ଭୁବନେଶ୍ଵର: ରାଜ୍ୟରେ ଆଗାମୀ ୫ଦିନ ଯାଏଁ ଜାରି ରହିବ ଗ୍ରୀଷ୍ମ ଲହରୀ। ପାଗ ଅନୁକୂଳ ନଥିବାରୁ ଅଗ୍ରସର ହୋଇପାରୁନି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଆହୁରି ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ତାତି ଜାରି ରହିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଦିନର ତାପମାତ୍ରା ଦୁଇରୁ ତିନି ଡିଗ୍ରୀ ବଢିବା ସହ ଅସହ୍ୟ ଗୁଳୁଗୁଳି ଅନୁଭୂତ ହୋଇପାରେ। ଏଥିସହ ରାଜ୍ୟରେ କାଳବୈଶାଖୀର ପ୍ରଭାବ ରହିବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡଃ.ମୁତ୍ୟୁଞ୍ଜୟ ମହାପାତ୍ର ଙ୍କ କହିବା ଅନୁଯାୟୀ ଦେଶର ବିଭିନ୍ନ ଭାଗରେ କ୍ରମାଗତ ପ୍ରାୟ ୨୪ ଦିନରୁ ଅଧିକ କାଳ ପ୍ରଚଣ୍ଡ ଗ୍ରୀଷ୍ମ ଅନୁଭୂତ ହେଉଛି। ଏପ୍ରିଲ ମାସରେ ଗ୍ରୀଷ୍ମ ପ୍ରଭାବ ଅତ୍ୟଧିକ ଥିଲା ଏବଂ ଦେଶର ପୂର୍ବ ଓ ଦକ୍ଷିଣ ଭାଗରେ ଏହା ଅନୁଭୂତ ହୋଇଥିଲା। ଦେଶର କେତେକ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ନୂଆ ରେକର୍ଡ ସୃଷ୍ଟି କରିଛି ଏବଂ ଅନେକ ସହରରେ ୪୫ ଡିଗ୍ରୀ ଉପରେ ରହିଛି। ମେ ୧୬ ତାରିଖରୁ ଗ୍ରୀଷ୍ମ ପ୍ରବାହ ସ୍ଥିତି ପଶ୍ଚିମ ରାଜସ୍ଥାନରୁ ଆରମ୍ଭ ହୋଇ ବ୍ୟାପିବାରେ ଲାଗିଛି ଏବଂ ଏହା ପୂର୍ବ ଭାରତରେ ଅଧିକ ଗମ୍ଭୀର ପରିସ୍ଥିତି ସୃଷ୍ଟି କରିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories