ସିକିମ୍‌ ମୁଖ୍ୟମନ୍ତ୍ରୀ ହେଲେ ପ୍ରେମ ସିଂହ ତମାଙ୍ଗ

ଗ୍ୟାଙ୍ଗଟକ : ସିକିମ୍ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ୍‌)ର ସଭାପତି ପ୍ରେମ ସିଂହ ତମାଙ୍ଗ ସୋମବାର କ୍ରମାଗତ ଦ୍ବିତୀୟ ଥର ପାଇଁ ସିକିମ୍‌ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ପାଲଜୋର ଷ୍ଟାଡିୟମ୍‌ରେ ଅନୁଷ୍ଠିତ ଉତ୍ସବରେ ରାଜ୍ୟପାଳ ଲକ୍ଷ୍ମଣ ଆଚାର୍ଯ୍ୟ ମୁଖ୍ୟମନ୍ତ୍ରୀ ତମାଙ୍ଗ ଓ ତାଙ୍କ ମନ୍ତ୍ରୀ ପରିଷଦ ସଦସ୍ୟଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଶପଥ ଗ୍ରହଣ ପରେ ତମାଙ୍ଗଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏପ୍ରିଲ ୧୯ରେ ସିକିମ୍‌ର ୩୨ଟି ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଭୋଟ ଗ୍ରହଣ ହୋଇଥିଲା। ବିଧାନସଭାର ୩୧ଟି ଆସନ ଓ ଗୋଟିଏ ଲୋକସଭା ଆସନରେ ତମାଙ୍ଗ ଦଳ ବିଜୟୀ ହୋଇଥିଲା।

Comments are closed.