www.samajalive.in
Saturday, December 6, 2025
19.1 C
Bhubaneswar

ସମ୍ପନ୍ନ ହେଲା ଦେବ ଦମ୍ପତିଙ୍କ ବାହାଘର, ଆଜି ହେବ ନଗର ଭ୍ରମଣ

ଜି.ଉଦୟଗିରି: ମଙ୍ଗଳବାର ଦିନ ଶୀତଳ ଷଷ୍ଠୀ। ସୋମବାର ବିଳମ୍ବିତ ରାତିରେ ପରମ୍ପରା ଅନୁଯାୟୀ ପଞ୍ଚମୀ ତିଥିରେ ଦେବ ଦମ୍ପତିଙ୍କ ବିବାହ କାର୍ୟ୍ୟକ୍ରମ ସ୍ଥାନୀୟ ଶ୍ରୀଶ୍ରୀ ଆନନ୍ଦେଶ୍ବର ଓ ଶ୍ରୀଶ୍ରୀ ଧବଳେଶ୍ବର ମନ୍ଦିର ପରିସରରେ ସମ୍ପନ୍ନ ହୋଇଯାଇଛି। ଶୀତଳ ଷଷ୍ଠୀ ପରିଚାଳନା କମିଟି ସଭାପତି ଅଶ୍ବିନୀ କୁମାର ନାୟକ ଓ ସମ୍ପାଦକ ଗଣେଷ ପାଢୀଙ୍କ ତତ୍ତ୍ବାବଧାନରେ ସୋମବାରରେ ଆୟୋଜିତ ଦେବ ଦମ୍ପତୀଙ୍କ ବିବାହ କାର୍ଯ୍ୟକ୍ରମ ରାତ୍ରୀ ଆଠଟାରୁ ଆରମ୍ଭ ହୋଇଥିଲା। ସ୍ଥାନୀୟ ଧବଳେଶ୍ବର ମନ୍ଦିରରୁ ପ୍ରଭୁ ବିରାଟ ପଟୁଆରରେ ବାହାରି ଆନନ୍ଦେଶ୍ବର ମନ୍ଦିରରୁ ପ୍ରଭୁଙ୍କୁ ବରଣ କରି ଆଣିବା ପରେ ଗ୍ରାମବାସୀଙ୍କ ଉପସ୍ଥିତିରେ ସହରର ଗାନ୍ଧୀଛକ ଠାରେ ବାଟବରଣ ହୋଇଥିଲା। ପରେ ନିଜ ନିଜ ମନ୍ଦିରକୁ ପ୍ରଭୁଙ୍କୁ ପାଛୋଟି ନେଇ ବିବାହ କାର୍ଯ୍ୟ ରୀତିନୀତି ଅନୁଯାୟୀ କରାଯାଇଥିଲା।

ତେବେ ସ୍ଥାନୀୟ ଧବଳେଶ୍ବର ମନ୍ଦିରରେ ଅନୁଷ୍ଟିତ ଦେବ ଦମ୍ପତିଙ୍କ ବିବାହ ଉତ୍ସବରେ ବରପିତା ଗଣେଷ ପାଢୀ ହୋଇଥିବାବେଳେ କନ୍ୟାପିତା ପ୍ରତାପ କୁମାର ପଣ୍ଡା ହୋଇଥିଲେ ଏବଂ ପୁରୋହିତ ଭାବେ ସୂର୍ଯ୍ୟନାରାୟଣ ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟ ସମ୍ପାଦନ କରିଥିଲେ। ସେହିପରି ଆନନ୍ଦେଶ୍ବର ମନ୍ଦିରରେ ଅନୁଷ୍ଠିତ ବିବାହ କାଯ୍ୟକ୍ରମରେ ବରପିତା ଦଣ୍ଡପାଣି ପାଢୀ ହୋଇଥିବାବେଳେ କନ୍ୟାପିତା ଉମାଶଙ୍କର ସାମନ୍ତରାୟ ହୋଇଥିଲେ ଏବଂ ପୁରୋହିତ ଭାବେ ସୁଧାଂଶୁ ଶେଖର ଆଚାର୍ଯ୍ୟ ଯୋଗଦେଇ କାର୍ଯ୍ୟକ୍ରମ ସମ୍ପର୍ଣ୍ଣ କରିଥିଲେ।

- Advertisement -

ଆୟୋଜିତ କାର୍ଯ୍ୟକ୍ରମରେ ଶୀତଳ ଷଷ୍ଠୀ କମିଟିକୁ ଉଭୟ ମନ୍ଦିରର ପରିଚାଳନା କମିଟି ସହଯୋଗ କରିଥିବାବେଳେ ଆଜି ଅର୍ଥାତ ମଙ୍ଗଳବାର ସନ୍ଧ୍ୟାରେ ବିରାଟ ପଟୁଆରରେ ଦେବ ଦମ୍ପତିଙ୍କୁ ଦୁଇ ଦିନ ଧରି ନଗର ପରିକ୍ରମା କରାଯିବ । ପରିକ୍ରମା ପରେ ସହରର ଗାନ୍ଧୀଛକଠାରେ ଥିବା ମଣ୍ଡପରେ ଆସନ୍ତା ୧୩ ତାରିଖ ପର୍ୟ୍ୟନ୍ତ ଦେବ ଦମ୍ପତିଙ୍କୁ ରଖାଯିବା ସହ ସେହିଦିନ ରିଖ ରାତିରେ ଦେବ ଦମ୍ପତି ନିଜନିଜ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ ବୋଲି ଜଣାପଡିଛି । ଏଥିସହ ୧୩ ତାରିଖ ରାତିରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଆୟୋଜିତ ସାମାଜିକ ନାଟକ ଆଖିର ଜନମ କାନ୍ଦିବା ପାଇଁ ପରିବେଷଣ କରାଯିବ ବୋଲି ସୂଚନା ମିଳିଛି।

Hot this week

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

Related Articles

Popular Categories