www.samajalive.in
Saturday, December 6, 2025
14.1 C
Bhubaneswar

ଟି-୨୦ ବିଶ୍ଵକପ: ଆଜି ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚ୍

ନ୍ୟୁୟର୍କ : ଆଜି ଟି-୨୦ ବିଶ୍ୱକପରେ ହେବ ବଡ଼ ମୁକାବିଲା । ନ୍ୟୁୟର୍କରେ ମୁହାଁମୁହିଁ ହେବେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦି ଭାରତ-ପାକିସ୍ତାନ । ଭାରତୀୟ ଦଳର ୧୫ ଜଣଯାକ ଖେଳାଳି ଆଇପିଏଲ୍‌ ଖେଳି ଏଠାକୁ ଆସିଛନ୍ତି। ନ୍ୟୁୟର୍କରେ ଭାରତ ଖେଳିିଥିବା ଉଭୟ ମ୍ୟାଚ୍‌କୁ ସହଜରେ ଜିତି ଦୃଢ଼ ମନୋବଳ ହାସଲ କରିଛି। ଅଭ୍ୟାସ ମ୍ୟାଚ୍‌‌ରେ ସହଜରେ ବାଂଲାଦେଶକୁ ହରାଇଥିବା ଭାରତ ଗ୍ରୁପ୍‌ ‘ଏ’ର ପ୍ରଥମ ମ୍ୟାଚ୍‌ରେ ଆୟରଲାଣ୍ଡକୁ ସହଜରେ ୮ ୱିକେଟ୍‌ରେ ଭାରତ ପରାସ୍ତ କରିଛି। ଭାରତର ବ୍ୟାଟର୍, ପେସର୍ ଓ ସ୍ପିନର- ସମସ୍ତେ ଚମତ୍କାର ଫର୍ମରେ ଅଛନ୍ତି। ଅନ୍ୟପକ୍ଷରେ ବିଶ୍ବକପ୍‌ ପୂର୍ବରୁ ଘରୋଇ ଇଂଲଣ୍ଡଠାରୁ ୦-୨ରେ ଟ୍ବେଣ୍ଟି୨୦ ଶୃଙ୍ଖଳା ହାରିଥିବା ପାକିସ୍ତାନ ୩ ଦିନ ତଳେ ପ୍ରଥମ ମ୍ୟାଚ୍‌ରେ ଆମେରିକା ପରି କ୍ରିକେଟ୍‌ ଦୁନିଆର ଶିଶୁଠାରୁ ମଧ୍ୟ ପରାସ୍ତ ହୋଇଛି। ଉକ୍ତ ମ୍ୟାଚ୍‌ରେ ପାକିସ୍ତାନ ବିପକ୍ଷରେ ଆରମ୍ଭରୁ ଆମେରିକା ପ୍ରାଧାନ୍ୟ ବିସ୍ତାର କରିଥିଲା। ଆମେରିକା ସହଜ ବିଜୟ ଆଡ଼କୁ ଯାଉଥିବା ବେଳେ ଏହାର ତ୍ରୁଟି ଯୋଗୁଁ ସୁପର ଓଭର ଖେଳି ଜିତିବାକୁ ପଡ଼ିଲା। ତେଣୁ ରବିବାର ମ୍ୟାଚ୍‌ରେ ଭାରତ ଜିତିବାକୁ ବଡ଼ ଦାବିଦାର। ଇଂଲଣ୍ଡରେ ପରାଜୟ ପରେ ଦଳକୁ ସମାଲୋଚନା କରା ଯାଉଥିବା ବେଳେ ଆମେରିକାଠାରୁ ଦଳ ହାରିବା ପରେ ପାକିସ୍ତାନୀ ପ୍ରଶଂସକଙ୍କ ସମାଲୋଚନାର ସ୍ବର ଆହୁରି ଶାଣିତ ହୋଇଛି। ଦଳକୁ ଏହା ବହୁତ ଚାପରେ ପକାଇଛି। ଏହାସହ ସୁପର ଏଇଟ୍‌କୁ ଯିବାକୁ ହେଲେ ଭାରତ ବିପକ୍ଷ ମ୍ୟାଚ୍‌ ପାକିସ୍ତାନ ପାଇଁ ନିଶ୍ଚିତ ଜିତିବାକୁ ପଡ଼ିବ। ତେଣୁ ‘କର ବା ମର’ ମ୍ୟାଚ୍‌ ଥିବାରୁ ପାକିସ୍ତାନ ଚାପରେ ରହିବ। ପୂର୍ବତନ ଚମ୍ପିଆନ୍ ପାକିସ୍ତାନ କଦାପି ପ୍ରଥମ ରାଉଣ୍ଡରୁ ବିଦାୟ ନେବାକୁ ଚାହିଁବ ନାହିଁ। ନାସାଉ କାଉଣ୍ଟି ଷ୍ଟାଡିୟମ୍‌ରେ ଆୟରଲାଣ୍ଡ ବିପକ୍ଷରେ ଭାରତ ଖେଳିଥିବା ବେଳେ ଏହାର ପିଚ୍‌ ବିଷୟରେ ଭାରତ ଭଲଭାବେ ଅବଗତ। ଏଠାରେ ପ୍ରଥମଥର ଖେଳିବ ପାକିସ୍ତାନ। ତେଣୁ ଭାରତ ସୁବିଧାଜନକ ସ୍ଥିତିରେ ରହିବ। ଏହି ପିଚ୍‌ରେ କମ୍ ସ୍କୋର୍‌ ହେବ ଏବଂ ବ୍ୟାଟିଂ ସହଜ ହେବନାହିଁ ବୋଲି କୁହାଯାଉଛି। ତେଣୁ ଏହି ମହା ମୁକାବିଲାକୁ ନ୍ୟୁୟର୍କର ପିଚ୍ ଖଟ୍‌କା କରି ଦେଇପାରେ। ପାକିସ୍ତାନ ପାଖରେ ୪ ଜଣ ଭଲ ପେସ୍‌ ବୋଲର ଥିବାରୁ ଏହାର ଫାଇଦା ସେମାନେ ପାଇପାରନ୍ତି। ଆୟରଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଭାରତର ୪ ପେସ୍‌ ବୋଲର- ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମ୍‌ରା ଓ ହାର୍ଦିକ ପାଣ୍ଡ୍ୟା ଚମତ୍କାର ବୋଲିଂ କରିଥିଲେ। ବୁମ୍‌ରା ମାରାତ୍ମକ ବୋଲିଂକରି ପ୍ଲେୟର ଅଫ୍‌ ଦି ମ୍ୟାଚ୍‌ ହୋଇଥିଲେ। ତେଣୁ ପାକିସ୍ତାନ ବ୍ୟାଟ୍‌ସମ୍ୟାନ ବୁମ୍‌ରାଙ୍କ ୪ ଓଭରକୁ ଜଗିରଖି ଖେଳିବାକୁ ଚାହିଁବେ। ଦୁଇ ସ୍ପିନର ରବୀନ୍ଦ୍ର ଜାଡ଼େଜା ଓ କୁଲଦୀପ ଯାଦବ ଭଲ ବୋଲିଂ କରୁଛନ୍ତି। ଭାରତ ସମାନ ଏକାଦଶ ନେଇ ଖେଳିପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories