www.samajalive.in
Saturday, December 6, 2025
15.1 C
Bhubaneswar

କୁଟ୍ଟେଙ୍କ ଉପରୁ ଉଠିଲା ନିଲମ୍ବନ: ଆଶିଷ ସିଂଙ୍କ ଉପରେ ହୋଇପାରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ବର : ନିର୍ବାଚନ ପ୍ରକ୍ରିୟାରେ ଅନୈତିକ ହସ୍ତକ୍ଷେପ ଅଭିଯୋଗରେ ନିଲମ୍ବିତ ହୋଇଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ତଥା ବରିଷ୍ଠ ଆଇପିଏସ୍ ଅଧିକାରୀ ଡି.ଏସ୍‌ କୁଟ୍ଟେଙ୍କ ଉପରୁ ସର୍ତ୍ତମୂଳକ ଭାବେ ନିଲମ୍ବନ ଆଦେଶ ପ୍ରତ୍ୟାହାର ହୋଇଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦାୟିତ୍ବରେ ଥିବା ଆଇଜି ଆଶିଷ ସିଂହଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଭାରତ ନିର୍ବାଚନ ଆୟୋଗ(ଇସିଆଇ) ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ଶନିବାର ଇସିଆଇ ସର୍ତ୍ତମୂଳକ ଭାବେ ଆଇପିଏସ ଡିଏସ୍‌ କୁଟ୍ଟେଙ୍କ ଉପରେ ଲାଗିଥିବା ନିଲମ୍ବନକୁ ଉଠାଇ ଦେଇଛନ୍ତି। ଏହାସହିତ ଆଇପିଏସ୍ ଆଶିଷ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବାକୁ ସୁପାରିସ କରିଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଚିଠି ଲେଖି ଦୁଇ ଆଇପିଏସ୍ ଅଧିକାରୀ ଡିଏସ୍‌ କୁଟ୍ଟେ ଓ ଆଶିଷ ସିଂ ବିରୋଧରେ ନିଆଯାଇଥିବା ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ଜୁନ ୫ରେ ମୁଖ୍ୟ ନିର୍ବାଚନ ଅଧିକାରୀ ଲେଖିଥିବା ଚିଠିର ଉତ୍ତର ଦେଇ ନିର୍ବାଚନ ଆୟୋଗଙ୍କ ସଚିବ ରାକେଶ କୁମାର କହିଛନ୍ତି, ଆଇପିଏସ୍ ଆଶିଷ ସିଂ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିଛନ୍ତି। ଭୁବନେଶ୍ୱର ଏମ୍ସର ସ୍ୱତନ୍ତ୍ର ମେଡିକାଲ ବୋର୍ଡ ଏନେଇ ରିପୋର୍ଟ ଦେଇଛନ୍ତି, ତେଣୁ ଶ୍ରୀ ସିଂଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟ ସଚିବଙ୍କ ନିକଟକୁ ମେଡିକାଲ ବୋର୍ଡର ରିପୋର୍ଟକୁ ପଠାଇବା ପାଇଁ କୁହାଯାଇଛି। ଶ୍ରୀ ସିଂଙ୍କ ବିରୋଧରେ ମିଛ ତଥ୍ୟ ଦେଇଥିବା ପ୍ରାରମ୍ଭିକ ପ୍ରମାଣ ମିଳିଛି। ମେ’ ୨୮ରେ ଇସିଆଇଙ୍କ କାର୍ଯ୍ୟାନୁଷ୍ଠାନର ସମ୍ମୁଖୀନ ହୋଇଥିବା ଆଇପିଏସ ଡିଏସ୍‌ କୁଟ୍ଟେଙ୍କ ନିଲମ୍ବନକୁ ହଟାଇ ଦିଆଯାଇଛି।  କିନ୍ତୁ ତାଙ୍କ ବିରୋଧରେ ନିର୍ବାଚନ ଆୟୋଗ ପୂର୍ବରୁ ଦେଇଥିବା ନିର୍ଦେଶ ଅନୁସାରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଜାରି ରଖିବାକୁ ସର୍ତ୍ତ ରଖିଛନ୍ତି। କୁଟ୍ଟେଙ୍କ ବିରୋଧରେ ବିଭାଗୀୟ ଶୃଙ୍ଖଳାଗତ କର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଯଦି ଆରମ୍ଭ ହୋଇଥାଏ ତାହା କେବଳ ନିର୍ବାଚନ ଆୟୋଗଙ୍କ ଅନୁମୋଦନରେ କରାଯିବ ବୋଲି ନିର୍ଦେଶ ଦିଆଯାଇଛି। ଏହା ସହିତ ଶ୍ରୀ କୁଟ୍ଟେ ମୁଖ୍ୟ ସଚିବଙ୍କ ନିକଟରେ ରିପୋର୍ଟ କରିବାକୁ କୁହାଯାଇଛି। ମୁଖ୍ୟସଚିବ ତାଙ୍କୁ ଯେଉଁଠି ଉଚିତ ମଣିବେ ନିଯୁକ୍ତି ଦେଇ ପାରିବେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories