www.samajalive.in
Saturday, December 6, 2025
15.1 C
Bhubaneswar

ଆଜିଠୁ ମୋଦୀଙ୍କ ତୃତୀୟ ଇନିଂସ୍: ଶପଥ ଗ୍ରହଣକୁ ଆସୁଛନ୍ତି ୭ ରାଷ୍ଟ୍ର ମୁଖ୍ୟ

ନୂଆଦିଲ୍ଲୀ : ଏନ୍‌ଡିଏ ଦଳର ନେତା ନିର୍ବାଚିତ ହୋଇଥିବା ନରେନ୍ଦ୍ର ମୋଦୀ ଆଜି ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି। ଏଥିପାଇଁ ରାଷ୍ଟ୍ରପତି ଭବନ ପରିସରରେ ସମସ୍ତ ପ୍ରସ୍ତୁତି କରାଯାଇଛି।  ଏହା ପୂର୍ବରୁ ଆଜି ସକାଳେ ସେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି। ତୃତୀୟ ଥର ପ୍ରଧାନମନ୍ତ୍ରୀ ଭାବେ ସେବା କରିବାର ସୁଯୋଗ ଦେଇଥିବାରୁ ମୋଦୀ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ଏକାଧିକ ବିଦେଶୀ ରାଷ୍ଟ୍ରମୁଖ୍ୟଙ୍କୁ ଆମନ୍ତ୍ରଣ କରାଯାଇଛି। ଏମାନଙ୍କ ମଧ୍ୟରୁ ୭ ରାଷ୍ଟ୍ରମୁଖ୍ୟ ଭାରତ ଆସୁଥିବା ବିଦେଶ ମନ୍ତ୍ରଣାଳୟ ସୂତ୍ରରୁ ଜଣାପଡିଛି। ଏମାନେ ହେଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍‌ ହସିନା, ଶ୍ରୀଲଙ୍କା ରାଷ୍ଟ୍ରପତି ରନିଲ ବିକ୍ରମସିଂଘେ, ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବିନ୍ଦ କୁମାର ଜଗନ୍ନାଥ, ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ଓରଫ ପ୍ରଚଣ୍ଡ, ଭୁଟାନ ପ୍ରଧାନମନ୍ତ୍ରୀ ଶେରିଙ୍ଗ୍‌ ତୋବ୍‌ଗେ ଏବଂ ସିଚେଲ୍‌ସ ଉପରାଷ୍ଟ୍ରପତି ଅହମ୍ମଦ ଅରିଫ୍‌। ଅପରପକ୍ଷରେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ସମଗ୍ର ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯିବା ସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ବିଭିନ୍ନ ରାଷ୍ଟ୍ରମୁଖ୍ୟ ଦିଲ୍ଲୀ ଆସୁଥିବାବେଳେ ରାଷ୍ଟ୍ରପତି ଭବନରେ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭବନ ଭିତରେ ଏବଂ ବାହାରେ ଦିଲ୍ଲୀ ପୁଲିସର ସ୍ବାତ୍‌ ଏବଂ ଏନ୍‌ଏସ୍‌ଜି କମାଣ୍ଡୋଙ୍କୁ ମୁତୟନ କରାଯିବ। ଏଥିସହିତ ଜୁନ ୯ ଓ ୧୦ ଦୁଇ ଦିନ ଦିଲ୍ଲୀକୁ ‘ନୋ ଫ୍ଲାଏ ଜୋନ୍‌’ ଘୋଷଣା କରାଯାଇଛି। ଫଳରେ ଏହି ଦୁଇ ଦିନ ଦିଲ୍ଲୀ ଆକାଶରେ କୌଣସି ଡ୍ରୋନ୍‌, ପାରା ଗ୍ଲାଇଡର୍ସ, ହ୍ୟାଙ୍ଗ୍‌ ଗ୍ଲାଇଡର୍ସ, ୟୁଏଭି, ରିମୋଟ କଣ୍ଟ୍ରୋଲ କ୍ଷୁଦ୍ର ବିମାନ ଉଡି ପାରିବ ନାହିଁ। ଏହାବ୍ୟତୀତ ବିଦେଶାଗତ ଭିଭିଆଇପିମାନେ ଦିଲ୍ଲୀର ତାଜ୍‌, ଲୀଲା ପ୍ୟାଲେସ, ଆଇଟିସି ମୌର୍ଯ୍ୟା ସେରାଟନ, ଓବେରୟ ଏବଂ କ୍ଲାରିଜ୍‌ ଭଳି ପଞ୍ଚତାରକା ହୋଟେଲରେ ଅବସ୍ଥାନ କରିବେ। ଏହି ସବୁ ହୋଟେଲରୁ ରାଷ୍ଟ୍ରପତି ଭବନକୁ ସଂଯୋଗ କରୁଥିବା ରାସ୍ତାରେ ଏନ୍‌ଏସଜି କମାଣ୍ଡୋଙ୍କୁ ମୁତୟନ କରାଯିବ। ଭିଭିଆଇପି ଯାତାୟାତ କରୁଥିବା ମାର୍ଗରେ ସାର୍ପ ସୁଟରଙ୍କୁ ନିୟୋଜିତ କରାଯିବା ସହ ସମ୍ବେଦନଶୀଳ ସ୍ଥାନରେ ଡ୍ରୋନ୍‌ଗୁଡିକୁ କାର୍ଯ୍ୟରେ ଲଗାଯିବ ବୋଲି କୁହାଯାଇଛି। ଗତବର୍ଷ ଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ଚାଲିଥିବାବେଳେ ଯେଭଳି ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା, ଠିକ୍‌ ସେହିପରି ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏହା ଦେଖିବାକୁ ମିଳିବ ବୋଲି ଦିଲ୍ଲୀ ପୁଲିସ କମିସନର ସଞ୍ଜୟ ଆରୋରା କହିଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories