www.samajalive.in
Saturday, December 6, 2025
14.1 C
Bhubaneswar

କାଳ ବୈଶାଖୀରେ କ୍ଷୟକ୍ଷତି ଆକଳନ କଲା ରାଜସ୍ୱ ବିଭାଗ

ପାଟଣା : ପାଟଣା ବ୍ଲକ ଅଞ୍ଚଳରେ  କାଳ ବୈଶାଖୀ ପ୍ରଭାବ ରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏ ସଂକ୍ରାନ୍ତରେ ରାଜସ୍ୱ ବିଭାଗ କ୍ଷୟକ୍ଷତି ର ଆକଳନ କରାଯାଇଥିଲା । ପାଟଣା ରାଜସ୍ୱ ନିରୀକ୍ଷକ ଶ୍ରୀଧର ନାଏକ ସମେତ ବିଦ୍ୟୁତ କର୍ମଚାରୀ ସମ୍ପୃକ୍ତ ଅଞ୍ଚଳକୁ ଯାଇ କ୍ଷୟକ୍ଷତି ଆକଳନ କରିଛନ୍ତି। ବିଭିନ୍ନ ଗ୍ରାମରେ ମୋଟ ୧୬ ଜଣଙ୍କ ଆଜବେଷ୍ଟସ୍ ଓ ଟାଇଲ  ଘରର ଛପର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ ବିଦ୍ୟୁତ ଖୁଣ୍ଟ ସହ  ଏକ ଟ୍ରାନ୍ସଫର୍ମର ନଷ୍ଟ ହୋଇ ଥିବା ଜଣା ପଡ଼ିଛି। ବିଦ୍ୟୁତ ଖୁଣ୍ଟ ଭାଙ୍ଗି ଥିବାରୁ ୧୦ ରୁ ଉର୍ଦ୍ଧ ଗାଁକୁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ତୁରନ୍ତ ମରାମତି କରି ବିଦ୍ୟୁତ ସେବା ଯୋଗାଇ ଦିଆଯିବା ସହ ତଦନ୍ତ ପରେ  କ୍ଷତ୍ରିଗ୍ରସ୍ତଙ୍କୁ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ପାଟଣା ରାଜସ୍ୱ ନିରୀକ୍ଷକ ଶ୍ରୀଧର ନାଏକ ସୂଚନା ଦେଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories