ଜାଣନ୍ତୁ, ରାଶି ଅନୁଯାୟୀ ନୂଆବର୍ଷରେ କିପରି ରହିବ ଆପଣଙ୍କ ଶିକ୍ଷା
ପୁରୁଣା ବର୍ଷର ଶିକ୍ଷା ଯେପରି ହେଉ ପଛେ ନୂଆ ବର୍ଷର ଶିକ୍ଷା ଉନ୍ନତ ମାନର ହେଉ ବୋଲି ସମସ୍ତେ ଚାହାଁନ୍ତି । ଛୋଟ ପିଲାଙ୍କ ପାଠପଢା ହେଉ ଅବା ବଡ, ସମସ୍ତେ କ୍ୟାରିୟରକୁ ନେଇ ସଚେତନ ଥାଆନ୍ତି । ପରୀକ୍ଷାରେ ଭଲ ନମ୍ବର ରଖିବା ସହ ଉତ୍ତମ ଅନୁଷ୍ଠାନରେ ନାମଲେଖାଇବା ପାଇଁ ସମସ୍ତେ ଇଚ୍ଛୁକ । ଡାକ୍ତର, ଇଞ୍ଜିନିୟରିଙ୍ଗ, ଏମବିଏ, ଆଇଏଏସ୍, ଆଇପିଏସ, ଲ (ଆଇନ), କମ୍ପୁଟର ଆଦି ପାଠ୍ୟକ୍ରମରେ ସଫଳତା ପାଇଁ ନୂଆବର୍ଷରେ ରାଶି ଅନୁସାରେ ଆପଣାନ୍ତୁ ଏହି ଉପାୟ ।
ମେଷ: ନବବର୍ଷର ଆରମ୍ଭରେ ପାଠପଢା ଭଲ ରହିବ । ହେଲେ ପରେ କିଛିଟା ସମସ୍ୟା ଦେଖା ଦେଇପାରେ । ବିଦେଶରେ ପଢିବାର ଯୋଗ ରହିଛି । ମାର୍ଚ୍ଚରୁ ଅଗଷ୍ଟ ପର୍ଯ୍ୟନ୍ତ ଶନି ପୂଜା କରନ୍ତୁ, ଶିକ୍ଷା କ୍ଷେତ୍ରରେ ଭଲ ନମ୍ବର ରହିବ । ମେଡିକାଲ, ଇଞ୍ଜିନିୟରିଙ୍ଗ ଓ କମ୍ପୁଟର କ୍ଷେତ୍ରରେ ସଫଳତା ମିଳିବ ।
ବୃଷ: ରାହୁ ପ୍ରଭାବରୁ ପାଠପଢାରେ ମନ ଲାଗିବ ନାହିଁ । ଅଯଥା ସମୟ ନଷ୍ଟ ହେବ । ବିଜ୍ଞାନ, ବାଣିଜ୍ୟ, ଇଞ୍ଜିନିୟରିଙ୍ଗ, କମ୍ପ୍ୟୁଟର ଓ ଟେକନିକ୍ ଆଦି ଶିକ୍ଷା କ୍ଷେତ୍ରରେ ଅଧ୍ୟୟନ କରି ପାରନ୍ତି । ଘରୁ ଦୂର ସ୍ଥାନକୁ ଯାଇ ଅଧ୍ୟୟନ କରିବା ଦ୍ବାରା ସଫଳତା ମିଳିବ ।
ମିଥୁନ: ନୂଆବର୍ଷ ଶିକ୍ଷା ପାଇଁ ଶୁଭ ରହିବ । ପାଠପଢାରେ ସଫଳତା ମିଳିବ । ଅଯଥା ସମୟ ନଷ୍ଟ କରନ୍ତୁ ନାହିଁ । ନିଶାଦ୍ରବ୍ୟରୁ ଦୂରେଇ ରୁହନ୍ତୁ । ପରୀକ୍ଷାରେ ସଫଳତା ମିଳିବ ଏବଂ ଇଚ୍ଛା ମୁତାବକ ଅନୁଷ୍ଠାନରେ ନାମଲେଖା ହେବ । ଶୁକ୍ରବାର ଦହି ଓ ମହୁ ଖାଆନ୍ତୁ ।
କର୍କଟ: ଶିକ୍ଷା କ୍ଷେତ୍ରରେ ବହୁତ ସଫଳତା ପ୍ରାପ୍ତି ହେବ । ଗୁରୁ(ବୃହସ୍ପତି) ବୁଧ ଓ ଶନିଙ୍କର ଶୁଭ ଫଳ ମିଳିବ । ମାଧ୍ୟମିକ ଓ ଉଚ୍ଚ ଶିକ୍ଷାରେ ସଫଳତା ମିଳିବ । ଇଚ୍ଛାମୁତାବକ ଆଡମିଶନ ମିଳିବ । ଅଁଳା ଖାଆନ୍ତୁ ଏବଂ ସବୁଜ ରଙ୍ଗର ପୋଷାକ ପିନ୍ଧନ୍ତୁ । ବୁଧବାର ଦହି ଓ ଚିନି ଖାଆନ୍ତୁ ।
ସିଂହ: ଗୁରୁ ଅର୍ଥାତ୍ ବୃହସ୍ପତି ଗ୍ରହ ଅନୁକୂଳ ସ୍ଥାନରେ ରହିଛନ୍ତି । ଶିକ୍ଷା କ୍ଷେତ୍ରରେ ଉତ୍ତମ ରହିବ । ଦଶମ ଓ ଦ୍ବାଦଶ ପରୀକ୍ଷାରେ ଭଲ ନମ୍ବର ରହିବ । କିନ୍ତୁ ଉଚ୍ଚ ଶିକ୍ଷାରେ ଏତେଟା ଭଲ ହେବ ନାହିଁ । ଡାକ୍ତର, ଇଞ୍ଜିନିୟରିଙ୍ଗ ଏବଂ ଟେକନିକ ଆଦି କ୍ଷେତ୍ରରେ ସମସ୍ୟା ଦେଖା ଦେଇପାରେ । କୃଷି ବିଜ୍ଞାନ, ଆର୍ଟିଟେକ, ଟେକ୍ସଟାଇଲ ଓ କମ୍ପ୍ୟୁଟରରେ ସଫଳ ମିଳିବ । ତୁଳସୀ ଓ ମହୁ ସେମନ କରନ୍ତୁ ।
କନ୍ୟା: ଅଗଷ୍ଟ ପର୍ଯ୍ୟନ୍ତ ଶିକ୍ଷା କ୍ଷେତ୍ରରେ ଉତ୍ତମ ରହିବ । ପରେ ଅଧିକ ପରିଶ୍ରମ କରିବାକୁ ପଡିପାରେ । କୁସଙ୍ଗତ ଏବଂ କଲେଜ ରାଜନୀତିରୁ ଦୂରେଇ ରୁହନ୍ତୁ । ଶନିବାର ଅଶ୍ବତ୍ଥ ବୃକ୍ଷ ଓ ଶନି ମନ୍ଦିରରେ ତେଲ ଚଢାନ୍ତୁ । ଦୀପ ଜଳାନ୍ତୁ ଓ କଳା କପଡା ଦାନ କରନ୍ତୁ ।
ତୁଳା: ନୂଆବର୍ଷ ପାଠପଢା ପାଇଁ ବହୁତ ଭଲ ରହିବ । ଆଗକୁ ବଢିବାକୁ ସୁଯୋଗ ମିଳିବ । ବୋର୍ଡ ଓ କଲେଜ ପରୀକ୍ଷାରେ ଭଲ ଫଳ ରହିବ । ଟେକନିକ୍ ଓ ମେଡିକାଲ ଆଡମିଶନ ମିଳିବ । ମା’ ସରସ୍ବତୀ ଓ ଗଣେଶଙ୍କୁ ପୂଜା କରନ୍ତୁ । ବହିରେ ଏକ ଚୁଟକି କଳା ରାଶି ରଖନ୍ତୁ । ମଧ୍ୟମା ଅଙ୍ଗଳୁରେ ଲୁହା ମୁଦି ଧାରଣା କରନ୍ତୁ ।
ବିଛା: ବହୁତ ଅଧିକ ପରିଶ୍ରମ ପରେ ସଫଳତା ମିଳିବ । ମେଡିକାଲରେ ସୁଯୋଗ ମିଳିବ । ରବିବାର ଅଭାବୀଙ୍କୁ ଡାଲି ଓ ଚାଉଳରେ ପ୍ରସ୍ତୁତ ଖେଚଡି ଦାନ କରନ୍ତୁ । କ୍ଷୀରର ପିସ୍ତା ବାଦାମ ପକାଇ ପିଅନ୍ତୁ ।
ଧନୁ: ମଙ୍ଗଳ ଓ ଗୁରୁ ଆପଣଙ୍କୁ ଶୁଭଫଳ ପ୍ରଦାନ କରିବେ । ବିଦେଶରେ ପାଠ ପଢିବାର ସୁଯୋଗ ରହିବ । ବୋର୍ଡ ପରୀକ୍ଷାରେ ଅଧିକ ଭଲ ହେବ ନାହିଁ କିନ୍ତୁ ଭଲ ଅନୁଷ୍ଠାନରେ ନାମଲେଖା ହେବ । ଖେଳିବା, ବୁଲିବା ଓ ଟିଭି ଦେଖାରେ ସମୟ ନଷ୍ଟ କରନ୍ତୁ ନାହିଁ । ବହିରେ ଅଳ୍ପ ହଳଦୀ ଲଗାଇ ରଖନ୍ତୁ । ପାଣିରେ କଳା ରାଶି ମିଶାଇ ପିଅନ୍ତୁ ।
ମକର: ଆଇଆଇଟି ଏବଂ ପିଏମଟି ରେ ସଫଳତା ପ୍ରାପ୍ତି ହେବ । ବହୁତ ପରିଶ୍ରମ କରିାକୁ ପଡିପାରେ । ଗଣିତ ଓ ବିଜ୍ଞାନରେ ଉତ୍ତମ ନମ୍ବର ଆସିବ । ବାଦାମ ଓ ମହୁ ସେବନ କରନ୍ତୁ ।
କୁମ୍ଭ: ବିଦ୍ୟାର୍ଥୀଙ୍କ ପାଇଁ ନୂଆବର୍ଷ ଉତ୍ତମ ରହିବ । ସ୍କୁଲ ଓ କଲେଜରେ ଉତ୍ତମ ନମ୍ବର ଆସିବ । କିନ୍ତୁ ପରେ କିଛିଟା ସମୟ ସୃଷ୍ଟି ହୋଇପାରେ । ସୂର୍ଯ୍ୟ ଦେବତାଙ୍କୁ ଜଳ ଚଢାନ୍ତୁ । ଶନିବାର ଅଶ୍ବତ୍ଥ ଗଛ ମୁଳରେ ଦହି ଅର୍ପଣ କରନ୍ତୁ । କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।
ମୀନ: ଅଳ୍ପ ପରିଶ୍ରମ ଅଧିକ ସଫଳତା ଦେବ । ସାଙ୍ଗସାଥୀରେ ସମୟ ନଷ୍ଟ ନକରି ପାଠପଡାରେ ମନ ଦିଅନ୍ତୁ । ବୋର୍ଡ ପରୀକ୍ଷାରେ ଉତ୍ତମ ରହିବ । ସବୁଜ ରୁମାଲରେ ୫ଟି ଛୋଟ ଗୁଜୁରାତି ପକେଟରେ ରଖନ୍ତୁ । ମନ୍ଦିରରେ କ୍ଷୀର ଦାନ କରନ୍ତୁ ।
ଆଲେଖ୍ୟ: ବୈଜୟନ୍ତୀ ନାୟକ