www.samajalive.in
Tuesday, December 9, 2025
15.1 C
Bhubaneswar

ଦେଖନ୍ତୁ ଭିଡିଓ; ତେଲେଙ୍ଗା ପେଣ୍ଠରେ ମୋ ବସକୁ ଧକ୍କା ଦେଲା ଟ୍ରକ; ଜଣେ ମୃତ, ଫଶିଛନ୍ତି ଅନେକ 

ଭୁବନେଶ୍ୱର : କଟକ-ଭୁବନେଶ୍ୱର ରାସ୍ତାର ତେଲେଙ୍ଗା ପେଣ୍ଠରେ ମୋ ବସକୁ ଧକ୍କା ଦେଲା ଟ୍ରକ। ତେଲେଙ୍ଗା ପେଣ୍ଠ  ନିକଟରେ ମୋ ବସକୁ ଶନିବାର ଟ୍ରକ୍ ଧକ୍କା ଦେଇଛି। ବସକୁ ପଛପଟୁ ଟ୍ରକ ଧକ୍କା ଦେଇଥିବା ବେଳେ ଘଟଣାସ୍ଥଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଯାତ୍ରୀ ବସ ଭିତରେ ଚାପି ହୋଇ ରହିଛନ୍ତି। ସ୍ଥାନୀୟ ଲୋକେ ଓ ଦେଖଣାହାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ସୂଚନାନୁଯାୟୀ, ଶନିବାର ଅପରାହ୍ଣରେ ଭୁବନେଶ୍ୱରରୁ କଟକ ଯାଉଥିବା ଓଡି ୩୩ ଭି୪୫୬୫ ନମ୍ବର ବିଶିଷ୍ଟ ମୋ ବସ ତେଲେଙ୍ଗା ପେଣ୍ଠରେ ଯାତ୍ରୀଙ୍କୁ ଓହ୍ଲାଇ ଧିର ଗତିରେ ଯାଉଥିବା ବେଳେ ପଛପଟୁ ଏକ ଟ୍ରକ ଦ୍ରୁତ ଗତିରେ ଆସି ମୋ ବସକୁ ଧକ୍କା ଦେଇଥିଲା ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଫଳରେ ବସର ପଛରେ ବସିଥିବା ଯାତ୍ରୀଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ଗୁରୁତର ହେବା ସହ ଜଣଙ୍କ ମୃତ୍ୟୁ ହୋଇଥିଲା। ଅନ୍ୟ ୧୧ ଜଣ ଯାତ୍ରୀ ଆହତ ହୋଇଛନ୍ତି। ତାଙ୍କୁ ଜାତୀୟ ରାଜପଥର ଓ ୧୦୮ ଆମ୍ବୁଲାନ୍ସ ଦ୍ୱାରା ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories