www.samajalive.in
Monday, December 8, 2025
13.1 C
Bhubaneswar

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ ଏହି ପରିବା

ବିଭିନ୍ନ ପ୍ରକାରର ଖାଦ୍ୟଦ୍ରବ୍ୟ,ପନିପରିବା ଆମ ଶରୀରକୁ ସୁସ୍ଥ ରଖିଥାଏ। ମୁଖ୍ୟତଃ ପନିପରିବାରେ ଥିବା ପୋଷକ ତତ୍ତ୍ୱ ସ୍ୱାସ୍ଥ୍ୟ ପାଇଁ ଖୁବ ଆବଶ୍ୟକ ଅଟେ। ବିଭିନ୍ନ ସବୁଜ ପନିପରିବା ମଧ୍ୟରେ କାଙ୍କଡ଼ ହେଉଛି ଅନ୍ୟତମ। ଏହାକୁ ଖାଇବା ଦ୍ୱାରା ଆମ ଶରୀରକୁ ଶକ୍ତି ମିଳିଥାଏ। କାଙ୍କଡ଼ରେ ଫାଇବର ମାତ୍ରା ଅଧିକ। ତେଣୁ ଏହାକୁ ଖାଇବା ପରେ ଅଧିକ ସମୟ ପେଟ ପୂରିବା ପରି ରହିଥାଏ। ଯାହା ଫଳରେ ଶୀଘ୍ର ଭୋକ ଲାଗେନାହିଁ ।
ଓଜନ ହ୍ରାସ କରେ –
କାଙ୍କଡ଼ରେ କ୍ୟାଲୋରୀ ମଧ୍ୟ ବହୁତ କମ। ତେଣୁ ଏହା ଓଜନ କମ କରିବାରେ ସାହାଯ୍ୟ କରିଥାଏ।
କର୍କଟ ରୋଗରୁ ରକ୍ଷା କରେ –
କାଙ୍କଡ଼ରେ ଲ୍ୟୁଟେନ ନାମକ ଏକ କର୍କଟ ବିରୋଧୀ ତତ୍ତ୍ୱ ରହିଛି। ତେଣୁ କାଙ୍କଡ଼କୁ ନିୟମିତ ଖାଦ୍ୟରେ ଖାଇଲେ ଭବିଷ୍ୟତରେ କର୍କଟ ରୋଗର ସମ୍ମୁଖୀନ ହେବାକୁ ପଡ଼ିନଥାଏ।
କାଙ୍କଡ଼କୁ ଖାଇବା ଦ୍ୱାରା ଚକ୍ଷୁ ରୋଗ ଓ ହୃଦଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ।
ଥଣ୍ଡା ଓ ଜ୍ୱରରୁ ରକ୍ଷା ମିଳେ –
ଆପଣଙ୍କୁ ଯଦି ଥଣ୍ଡା ଜ୍ୱର ଲାଗି ରହୁଥାଏ, ତେବେ କାଙ୍କଡ଼କୁ ନିୟମତି ଖାଆନ୍ତୁ। ଏହାର ଆଣ୍ଟି-ଆଲର୍ଜିକ ଗୁଣ ରହିଛି। ଯାହା ଥଣ୍ଡା, ଜ୍ୱର, କାଶ ଭଳି ସମସ୍ୟାରୁ ମୁକ୍ତି ଦେଇଥାଏ ।
ପାଚନ ପ୍ରକ୍ରିୟାକୁ ସୁସ୍ଥ ରଖେ –
ଏହାକୁ ନିୟମିତ ଖାଇବା ଦ୍ୱାରା ଖାଦ୍ୟ ଭଲ ଭାବେ ହଜମ ହେବା ସହ କୋଷ୍ଠକାଠିନ୍ୟ ସମସ୍ୟା ମଧ୍ୟ ଦୂର ହୁଏ।

Hot this week

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

Related Articles

Popular Categories