ଆଇନ ସେବା ପ୍ରାଧିକରଣ ଓ ୱାଇସିଡିଏ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳିତ

ବୌଦ୍ଧ: ବୌଦ୍ଧ ଜିଲା ଆଇନସେବା ପ୍ରାଧିକରଣ ପକ୍ଷରୁ ବୁଧବାର ଦିନ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ସଂଗ୍ରାମପୁର ଠାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଜିଲା ଆଇନସେବା ପ୍ରାଧିକରଣର ସଚିବ ସ୍ୱାସ୍ୱତି ମିଶ୍ରଙ୍କ ଅଧକ୍ଷତାରେ ଅନୁଷ୍ଠିତ ସଭାରେ ପରିବେଶ ସୁରକ୍ଷା ଆଇନ, ବନଜନ୍ତୁ ସୁରକ୍ଷା ଆଇନ ଉପରେ ସଚେତନତା କରାଯାଇଥିଲ। ଏହି ଅବସରରେ ଛାତ୍ର ଛାତ୍ରୀମାନଙ୍କୁ ନେଇ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ବହୁ ପରିମାଣରେ ଗଛ ଲଗାଇବାକୁ ଛାତ୍ର ଛାତ୍ରୀ ମାନଙ୍କୁ କୁହାଯାଇଥିଲା। କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଓ ବିଦ୍ୟାଳୟର ଛାତ୍ର ଛାତ୍ରୀ ସାମିଲ ଥିଲେ।

ସ୍ୱେଚ୍ଚାସେବୀ ଅନୁଷ୍ଠାନ ୱାଇସିଡିଏ ପକ୍ଷରୁ ବୁଧବାର ଦିନ ଟିକରପଡ଼ା ପଞ୍ଚାୟତର ମଲିକପଡ଼ା ଗ୍ରାମରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଛି। ୱାଇସିଡିଏର କର୍ମକର୍ତ୍ତା ବ୍ୟୋମକେଶ ପରିଡ଼ାଙ୍କ ଅଧକ୍ଷତାରେ କାର୍ଯ୍ୟକ୍ରମରେ ଅତିଥିଭାବେ ବୁରଗୋରାର କଷ୍ଟେଶ୍ୱର ଖଟୁଆ, ଗୁଢିଆଳିର ରମେଶ ମଲିକ, ମଞୁ ଖୁରା, ଜାମୁଖୋଲର ସୁବଳ ପ୍ରଧାନ ଯୋଗ ଦେଇଥିଲେ। ଏଥିରେ ଜାମୁଖୋଲ, ଗୁଢିଆଳି, ବୁରଗୋରା, ବିରିଗଡ଼ ଓ ମଲିକପଡ଼ା ଗ୍ରାମର କମିଟି ସଦସ୍ୟ, ବିଦ୍ୟାଳୟର ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ। ଏଥିରେ ପରିବେଶ ସୁରକ୍ଷା, ଜଙ୍ଗଲ ସୁରକ୍ଷା, ପ୍ଳାଷ୍ଟିକ ବ୍ୟବହାରକୁ କମ କରିବା, ଜଙ୍ଗଲ ନିଆଁକୁ କମେଇବା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଏକ ଶୋଭାଯାତ୍ରା ମଳିକପଡ଼ା ବିଦ୍ୟାଳୟରୁ ବାହାରି ଗ୍ରାମ ପରିକ୍ରମା କରିଥିବା ବେଳେ ଗ୍ରାମରେ ସ୍ୱଚ୍ଚତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା। ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଶେଷର ଛାତ୍ର ଛାତ୍ରୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ୱାଇସିଡିଏର ଦେବଦତ୍ତ ବରୁଣ, ତୀର୍ଥାନନ୍ଦ ସହଯୋଗ କରିଥିଲେ।

Comments are closed.