ନୂଆଦିଲ୍ଲୀ : ଜଙ୍ଗଲୀ ଜୀବଜନ୍ତୁଙ୍କ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ। ଅନେକ ସମୟରେ ଏପରି ଭିଡିଓ ଭାଇରାଲ ହୋଇଥାଏ ଯାହା ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏଭଳି ହିଁ ଏକ ଭିଡିଓ ଏବେ ଭାଇରାଲ ହେଉଛି। ଭିଡିଓଟି ଏକ ଦନ୍ତା ହାତୀର।
Elephant was not playing.😬😳 pic.twitter.com/5lAPagUcmt
— Nature is Amazing ☘️ (@AMAZlNGNATURE) June 2, 2024
ଭାଇରାଲ ଭିଡିଓଟି ଏକ ଜଙ୍ଗଲ ସଫାରୀର। ଏଠି ଜଙ୍ଗଲ ସଫାରୀ ପାଇଁ କିଛି ପର୍ଯ୍ୟଟକ ଗାଡିରେ ଥିବା ଦେଖାଯାଉଛନ୍ତି। ଏହି ସମୟରେ ଏକ ଦନ୍ତା ହାତୀ ପର୍ଯ୍ୟଟକ ଗାଡି ଉପରେ ଥରେ ନୁହେଁ ବାରମ୍ବାର ଆକ୍ରମଣ କରୁଛି। ଯେପରି ଜଙ୍ଗଲରୁ ସେମାନଙ୍କୁ ତଡିବାକୁ ଚାହୁଁଛି। ଯେପରି ହାତୀଟି ଜଣାଇବାକୁ ଚାହୁଁଛି ଏହି ଜଙ୍ଗଲ ତା’ ଘର। ମତେ ଶାନ୍ତିରେ ରହିବାକୁ ଦିଅ। ହାତୀଟି ବାରମ୍ବାର ପର୍ଯ୍ୟଟକ ଗାଡି ଉପରେ ଆକ୍ରମଣ କରୁଛି। ଏହି ଭିଡିଓ କେଉଁ ସ୍ଥାନର ତାହାର ସ୍ପଷ୍ଟତା ମିଳି ନାହିଁ। ଭିଡିଓକୁ ଦେଖି ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଉଛନ୍ତି।



