୩୦ ବର୍ଷ ପରେ ବିଶେଷ ରାଜଯୋଗ; ଏହି ରାଶିଙ୍କ ଚମକିବ ଭାଗ୍ୟ..
ପ୍ରତ୍ୟେକ ଗ୍ରହ ନିଜର ନିର୍ଦ୍ଦିଷ୍ଟ ସମୟ ବ୍ୟବଧାନରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଏହି ସମୟରେ ଶୁଭ ଓ ଅଶୁଭ ଯୋଗ ସୃଷ୍ଟି ହୋଇଥାଏ। ଏହାର ପ୍ରଭାବ ସମସ୍ତ ରାଶି ଉପରେ ପଡିଥାଏ। ଶନି କୁମ୍ଭ ରାଶିରେ ଚଳନ କରିବେ ଏହାସହ ୩୧ ମେ’ରେ ବୁଧ ବୃଷ ରାଶିରେ ପ୍ରବେଶ କରିଛନ୍ତି। ଫଳରେ ୩୦ ବର୍ଷ ପରେ ଯଶ ଓ ବୁଦ୍ଧାତିଥ୍ୟ ଯୋଗ ସୃଷ୍ଟି ହେଉଛି। ଜାଣନ୍ତୁ ଏହି ସମୟରେ କେଉଁ ରାଶି ବ୍ୟକ୍ତି ବିଶେଷଙ୍କୁ ଲାଭ ମିଳିବ।
ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..
କୁମ୍ଭ – ୩୦ ବର୍ଷ ପରେ ଏହି ୨ଟି ଶୁଭ ରାଜଯୋଗ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କୁ ଶୁଭ ଫଳ ପ୍ରଦାନ କରିବ। ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ଉନ୍ନତି ଓ ନୂତନ ସ୍ରୋତ ମିଳିବ। ଆୟରେ ବୃଦ୍ଧି ହେବ। ଚାକିରି କ୍ଷେତ୍ରରେ ଲୋକଙ୍କୁ ପଦନ୍ନୋତି, ବେତନ ବୃଦ୍ଧି ହେବ। ବ୍ୟବସାୟରେ ଲାଭ ମିଳିବ। ଆର୍ଥିକ ସ୍ଥିତି ମଜଭୂତ ହେବ। ମାନ-ସମ୍ମାନ ପ୍ରାପ୍ତି ହେବ।
୭ ବର୍ଷ ପରେ ଏହି ଗ୍ରହ କଲେ ରାଶି ପରିବର୍ତ୍ତନ ; ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ ଧନ, ଚାକିରି,ହେବ ବିବାହ..
ବୃଷ – ଏହି ରାଜଯୋଗ ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଙ୍କର। ବ୍ୟବସାୟରେ ସଫଳତା ମିଳିବ। ରାଜନୀତିରେ ଥିବା ବ୍ୟକ୍ତି ବିଶେଷ ଲାଭବାନ୍ ହେବେ। କର୍ମକ୍ଷେତ୍ରରେ ସଫଳତାର ଯୋଗ ରହିଛି। ଚାକିରି ଖୋଜୁଥିବା ବ୍ୟକ୍ତି ବିଶେଷଙ୍କୁ ନୂତନ ସୁଯୋଗ ମିଳିବ। ବ୍ୟବସାୟୀଙ୍କୁ ଧନ ମିଳିବ। ବ୍ୟବସାୟରେ ଖୁବ୍ ଲାଭ ମିଳିବ। ବିଦେଶ ଯାତ୍ରା କରିବାର ଯୋଗ ରହିଛି।
ବିଛା – ଏହି ରାଶି ବ୍ୟକ୍ତି ବିଶେଷଙ୍କୁ ମଧ୍ୟ ଲାଭ ମିଳିବ। ମାନ-ସମ୍ମାନ ବୃଦ୍ଧି ହେବ। ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଲାଭ ମିଳିବ। ବୈବାହିକ ଦମ୍ପତିଙ୍କ ଜୀବନ ସୁଖମୟ ହେବ। କର୍ମକ୍ଷେତ୍ରରେ ସଫଳତା ମିଳିବ।
Comments are closed.