www.samajalive.in
Saturday, December 6, 2025
23.1 C
Bhubaneswar

୭ ବର୍ଷ ପରେ ଏହି ଗ୍ରହ କଲେ ରାଶି ପରିବର୍ତ୍ତନ ; ଜାଣନ୍ତୁ କେଉଁ ରାଶିଙ୍କୁ ମିଳିବ ଧନ, ଚାକିରି,ହେବ ବିବାହ..

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ପ୍ରତ୍ୟେକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରି ଥାଆନ୍ତି। ଯାହାର ପ୍ରଭାବ ମନୁଷ୍ୟ ଜୀବନ ଓ ଦେଶ ଦୁନିଆରେ ପଡିଥାଏ। ଜୁନ୍ ୧ରୁ ୟୁରାନସ୍ ଗ୍ରହ ବୃଷ ରାଶିରେ ପ୍ରବେଶ କରି ସାରିଛନ୍ତି। ୟୁରାନସ୍ ସୂର୍ଯ୍ୟଙ୍କ କକ୍ଷପଥର ଏକ ଗ୍ରହ। ଯେ କି ସୂର୍ଯ୍ୟଙ୍କ ୭ମ କକ୍ଷରେ ତାଙ୍କ ଚାରି ପଟେ ଘୁରୁଥାଏ। ଏହା ୮୪ ବର୍ଷକୁ ଥରେ ସମ୍ପୂର୍ଣ୍ଣ କକ୍ଷ ଘୂରି ଥାଏ। ଅର୍ଥାତ ୧୨ ରାଶିଙ୍କ ହିସାବ ଅନୁଯାୟୀ, ଏହା ପ୍ରତ୍ୟେକ ରାଶିରେ ଅଧିକରୁ ଅଧିକ ୭ ବର୍ଷ ପର୍ଯ୍ୟନ୍ତ ରହିଥାଏ। ତେଣୁ ୟୁରାନସଙ୍କ ଚଳନର ପ୍ରଭାବ ସମସ୍ତ ରାଶି ଉପରେ ପଡିବ। ମାତ୍ର ଏପରି ୩ ରାଶି ରହିଛି, ଯେଉଁମାନଙ୍କ ଭାଗ୍ୟ ଚମକିବ। ଧନସମ୍ପତ୍ତି ସହ ଚାକିରିରେ ଉନ୍ନତି ହେବ।

ଜାଣନ୍ତୁ : ଶୁକ୍ର ମହାଦଶା କ’ଣ ; ୨୦ ବର୍ଷ ଯାଏ ରହେ ପ୍ରଭାବ, ରାଜା ଭଳି ଦେଇଥାଏ ଜୀବନ ନା କରିଥାଏ ଗରିବ..

- Advertisement -

ବୃଷ – ଏହି ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ୟୁରାନସ୍ ଚଳନ ଶୁଭଙ୍କର। ଆପଣଙ୍କ ଲୋକପ୍ରିୟତା ବୃଦ୍ଧି ହେବ। ମାନ-ସମ୍ମାନ ପ୍ରାପ୍ତି ହେବ। ବ୍ୟବସାୟୀ ମାନେ ନୂତନ ବ୍ୟବସାୟ ଆରମ୍ଭ କରିବେ। ଆର୍ଥିକ କ୍ଷେତ୍ରରେ ଲାଭବାନ୍ ହେବେ। ବିବାହିତ ଲୋକଙ୍କ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଅବିବାହିତଙ୍କ ବିବାହ ହେବ। ସୁଖସମୃଦ୍ଧି ବୃଦ୍ଧି ହେବ। ଧନ ବଢିବ।

କର୍କଟ – ୟୁରାନସ୍ ଚଳନ କର୍କଟ ରାଶି ବ୍ୟକ୍ତି ବିଶେଷ ପାଇଁ ମଧ୍ୟ ଶୁଭଙ୍କର। ଏହା କର୍କଟ ରାଶିରେ ଆୟର ସ୍ଥାନରେ ରହିଛି। ଧନ ସମ୍ପତ୍ତି ବୃଦ୍ଧି ହେବ। ଟଙ୍କା ରୋଜଗାରର ନୂଆ ମାଧ୍ୟମ ମିଳିବ। ଚାକିରିରେ ସଫଳତା ମିଳିବ। ପଦନ୍ନୋତି ହେବ। ସନ୍ତାନ ସହ ଜଡିତ ଖବର ମିଳିବ। ପୁରୁଣା ନିବେଶରୁ ଲାଭ ମିଳିବ।

ଦେଖନ୍ତୁ ଭୟଙ୍କର ଭିଡିଓ : ଜନବସତି ଭିତରେ ପଶି କେମିତି ଶିକାର କଲା ଚିତାବାଘ..

କୁମ୍ଭ – ୟୁରାନସ୍ ରାଶି ପରିବର୍ତ୍ତନ କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଲାଭଦାୟକ। ଏହା କୁମ୍ଭ ରାଶିରେ ୪ର୍ଥ ସ୍ଥାନରେ ରହିଛନ୍ତି। ଏହି ରାଶି ବ୍ୟକ୍ତି ବିଶେଷଙ୍କ ମାନ-ସମ୍ମାନ ବୃଦ୍ଧି ହେବ। ମନସ୍କାମନା ପୂରଣ ହେବ। ରାଜନୀତିରେ ଥିବା ବ୍ୟକ୍ତି ବିଶେଷଙ୍କୁ ସଫଳତା ମିଳିବ। ନୂତନ ଚାକିରି ମିଳିବ। ଯାନ ଓ ଭୂମି କିଣିବେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories