www.samajalive.in
Sunday, December 7, 2025
23.1 C
Bhubaneswar

ଆଗରେ କଙ୍ଗନା

ଶିମଳା: ହିମାଚଳ ପ୍ରଦେଶର ୪ଟି ଲୋକସଭା ଆସନର ଫଳାଫଳ ଆସିବାର ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିଛି ସମୟ ପରେ ଏହା ସ୍ପଷ୍ଟ ହୋଇଯିବ ଯେ ରାଜ୍ୟରେ ବିଜେପି ନା କଂଗ୍ରେସ କିଏ ସରକାର ଗଠନ କରିବ। ତେବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି ହିମାଚଳ ପ୍ରଦେଶର ହଟ୍‌ ସିଟ୍‌ ମଣ୍ଡି। ମଣ୍ଡି ଆସନରୁ ମଇଦାନରେ ଅଛନ୍ତି ୧୦ ଜଣ ପ୍ରାର୍ଥୀ। ଏଠାରୁ ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ବିଜେପି ଟିକେଟରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। କଙ୍ଗନା ଏଠାରୁ ନିର୍ବାଚନ ଲଢିବା ପରେ ମଣ୍ଡି ହିମାଚଳର ସବୁଠାରୁ ଚର୍ଚ୍ଚିତ ଆସନ ପାଲଟିଛି। ଆଜି କଙ୍ଗନାଙ୍କ ଭବିଷ୍ୟତ ନିର୍ଦ୍ଧାରଣ ହେବ। ହିମାଚଳ ପ୍ରଦେଶର ମଣ୍ଡି ଲୋକସଭା ଆସନରେ ବିଜେପି ପ୍ରାର୍ଥୀ କଙ୍ଗନା ରାଣାଓ୍ବତ ପ୍ରଥମ ପର୍ଯ୍ୟାୟରେ ପଛୁଆ ଥିଲେ। କିନ୍ତୁ ଏବେ ସେ କଂଗ୍ରେସର ବିକ୍ରମାଦିତ୍ୟ ସିଂହଙ୍କୁ ପଛରେ ପକାଇଛନ୍ତି। ମଣ୍ଡି ଆସନରେ ଏବେ କଙ୍ଗନା ଆଗୁଆ ଅଛନ୍ତି। ନିର୍ବାଚନ ଆୟୋଗଙ୍କ ତଥ୍ୟ ଅନୁଯାୟୀ, କଙ୍ଗନା ୩୦,୨୫୪ ଭୋଟରେ ଆଗୁଆ ଅଛନ୍ତି। ଭୋଟ୍ ଗଣନା ଜାରି ରହିଛି।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories