www.samajalive.in
Saturday, December 6, 2025
17.1 C
Bhubaneswar

ଫଳାଫଳର ଦିନ: ସକାଳ ୮ଟାରୁ ଆରମ୍ଭ ହେଲା ଗଣତି

ଭୁବନେଶ୍ଵର: ଆଶା ଆଶଙ୍କାରେ ନେତା। ଆଜି ପଡିବ ପ୍ରତୀକ୍ଷାରେ ପୂର୍ଣ୍ଣଛେଦ। ଆରମ୍ଭ ହେଲା  ବହୁ ପ୍ରତୀକ୍ଷିତ ଭୋଟ୍ ଗଣତି । ପ୍ରଥମେ ପୋଷ୍ଟାଲ ବାଲାଟର ଗଣତି ଆରମ୍ଭ ହୋଇଛି। ରାଜ୍ୟରେ ସମସ୍ତ ୭୦ କେନ୍ଦ୍ରରେ ସକାଳ ୮ଟାରୁ ଗଣତି ଆରମ୍ଭ ହୋଇଛି। ଲୋକସଭା ନିର୍ବାଚନରେ ପ୍ରାୟ ୧ ଲକ୍ଷ ୪୭ ହଜାର ଓ ବିଧାନସଭାରେ ପ୍ରାୟ ୧ ଲକ୍ଷ ୪୬ ହଜାର ପୋଷ୍ଟାଲ ବାଲାଟ୍ ଗଣତି କରାଯିବ। ପ୍ରତିଟି ଟେବୁଲରେ ୫୦୦ ପୋଷ୍ଟାଲ ବାଲାଟ୍ ଗଣତି ହେବ। ଏଥିପାଇଁ ପ୍ରତି ଟେବୁଲରେ ରହିଛନ୍ତି ଜଣେ ଏଆରଓ। ଏହାପରେ ୮ଟା ୩୦ରେ ଖୋଲିବ ଇଭିଏମ୍ ପେଡି। ମୋଟ୍ ୩ ହଜାର ୫୮୯ ଟେବୁଲରେ ଇଭିଏମ୍ ଗଣତି କରାଯିବ। ବିଧାନସଭା ପାଇଁ ୧ ହଜାର ୭୯୯ ଏବଂ ଲୋକସଭା ପାଇଁ ୧ ହଜାର ୭୯୦ କାଉଟିଂ ଟେବୁଲ କରାଯାଇଛି।  ତେବେ ବିଜେଡି-ବିଜେପି ଏବଂ କଂଗ୍ରେସ ମଧ୍ୟରୁ କେଉଁ ଦଳ କେତେ ଆସନ ଜିତୁଛି, ତାହା ଉପରେ ପୁରା ରାଜ୍ୟବାସୀଙ୍କ ନଜର ରହିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories