www.samajalive.in
Sunday, December 7, 2025
14.1 C
Bhubaneswar

କେମିତି ଅଛୁ, ଯେବେ ବାଘକୁ ଯୋଗୀ ଆଦିତ୍ୟନାଥ ପଚାରିଲେ. . .

ଗୋରଖପୁର: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପଶୁ ଓ ପକ୍ଷୀଙ୍କୁ ବହୁତ ଭଲ ପାଉଥିବା ଦେଖିବାକୁ ମିଳେ। କେତେବେଳେ ସେ ଗୋମାତାଙ୍କୁ ଖାଦ୍ୟ ଦେଉଥିବା ନଜର ଆସନ୍ତି ତ ଆଉ କେତେବେଳେ ମାଙ୍କଡମାନଙ୍କୁ କଦଳୀ ଖାଇବାକୁ ଦେଉଥିବା ଦେଖିବାକୁ ମିଳେ। ଯୋଗୀ ପଶୁଙ୍କୁ ଭଲ ପାଇବା ଦେବାର ଅନେକ ଫଟୋ ଓ ଭିଡ଼ିଓ ଖୁବ ଭାଇରାଲ ହେଉଛି। ଏବେ ଯୋଗୀ ଆଦିତ୍ୟନାଥ ବାଘ ସହିତ କଥାବାର୍ତ୍ତା କରିବା ଏବଂ କେମିତି ଅଛୁ ବୋଲି ପଚାରୁଥିବାର ଏକ ଭିଡ଼ିଓ ଭାଇରାଲ ହେଉଛି।
ରବିବାର ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ସ୍ଥିତ ପ୍ରାଣୀ ଉଦ୍ୟାନ ପରିଦର୍ଶନ କରିଥିଲେ। ଏହି ସମୟରେ ପ୍ରାଣୀ ଉଦ୍ୟାନରେ ବିଭିନ୍ନ ପଶୁ ପକ୍ଷୀଙ୍କୁ ଭେଟିବା ସହ ଏନକ୍ଲୋଜର ଭିତରେ ଥିବା ବାଘ ସହ କିଛି ସମୟ କଥା ହୋଇଥିଲେ। ବାଘଟି ମଧ୍ୟ ନିଜ ସ୍ୱରରେ ଯୋଗୀଙ୍କ କଥାର ଉତ୍ତର ଦେଉଥିବା ଦେଖିବାକୁ ମିଳିଛି। ବାଘଟିକୁ ଯୋଗୀ ପଚାରିଥିଲେ କେମିତି ଅଛୁ। ଏହାପରେ ବାଘଟି ଗୋଟିଏ ଗୋଡ ଉଠାଇ ଗର୍ଜନ କରିଥିଲା। ଉଦ୍ୟାନରେ ଥିବା ଗଣ୍ଡାକୁ କଦଳୀ ମଧ୍ୟ ଖାଇବାକୁ ଦେଇଥିଲେ। ପ୍ରାଣୀ ଉଦ୍ୟାନ ବୁଲିବାକୁ ଆସିଥିବା ପର୍ଯ୍ୟଟକଙ୍କୁ ଭେଟିବା ସହ କଥାବାର୍ତ୍ତା ହୋଇ ଫଟୋ ଉଠାଇଥିଲେ ଯୋଗୀ ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories