www.samajalive.in
Saturday, December 6, 2025
17.1 C
Bhubaneswar

ଚାକିରି ଖୋଜୁଛନ୍ତି କି, ପାଇପାରନ୍ତି ଭଲ ଖବର: ଶନିବାର ରାଶିଫଳ

ମେଷ: ରାଜଯୋଗ ଅଛି। ଉଚ୍ଚାସନରେ ଆସୀନ ହୋଇପାରନ୍ତି। ଏକାନ୍ତ ତପଃ ଓ ସାଧନାରେ ଫଳବତି ହେବେ। କର୍ମ ଚଞ୍ଚଳ ରହିବେ। ମଧୁର କଥାରେ ପରକୁ ଆପଣାର କରିବେ। ଧାର୍ମିକ, ସାହସୀ ଓ ଜ୍ଞାନୀ ହେବେ।
ବୃଷ: ଜ୍ଞାନ ପିପାସୁ ହେବେ। ଜ୍ଞାନୀ ହେବେ। ସତ୍‌ କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ସରକାରୀସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କରିତ୍‌ କର୍ମା ହେବେ। ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ।
ମିଥୁନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିଭିନ୍ନ ସ୍ତରରୁ ଅର୍ଥ ଆସି ସ୍ଥିତିକୁ ଦୃଢ଼ କରିବ।
କର୍କଟ : କାର୍ଯ୍ୟରେ ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅଧସ୍ତନ ଓ ଅନୁଗତ ମାନଙ୍କର ପ୍ରଣମ୍ୟ ହେବେ। ବିବାଦୀୟ ଘଟଣାରେ ବିଜୟୀ ହେବେ।
ସିଂହ: ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। କେତେକ କାର୍ଯ୍ୟରେ ପ୍ରାଥମିକସ୍ତରରେ ବାଧା ସୃଷ୍ଟି ହେଉଥିବାବେଳେ ନିଜ ଉଦ୍ୟମରେ ତା’ର ସୁଧାର ଆଣିପାରନ୍ତି। ହାତେ ମାପି ଚାଖଣ୍ଡେ ଚାଲିବାକୁ ପଡ଼ିବ।
କନ୍ୟା: ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ। କର୍ମକ୍ଷେତ୍ରରୁ ଶୁଭ ବାର୍ତ୍ତା ଆସିବ। ସେବା ଭାବନାରେ ଉଦ୍‌ବୃଦ୍ଧ ହୋଇପାରନ୍ତି। ପତ୍ନୀ ପ୍ରେରଣା ଦାୟିନୀ ହେବେ। ସୁଖାଦ୍ୟ ଭୋଜନ ସହ ଆନନ୍ଦ ଉପଭୋଗ କରିବେ।
ତୁଳା: ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ବଚ୍ଛ ଓ ନିର୍ମଳ ରହିବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ସାରାଦିନ କାର୍ଯ୍ୟବ୍ୟସ୍ତ ଥାଇବି ମନ ପ୍ରଫୁଲ୍ଲ ରହିବ।
ବିଛା:ସାକ୍ଷାତକାରର ପୂର୍ବ ପ୍ରସ୍ତୁତି ସ୍ବରୂପ ନାନା ଉପାଦେୟ ପୁସ୍ତିକା ଅଧ୍ୟୟନ‌ରେ ମନୋନିବେଶ କରିବେ। ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି। ପାରିବାରିକ ସ୍ନେହ ରହିବ।
ଧନୁ: କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନ କରି ଉଚିତ ପ୍ରାପ୍ୟ ପାଇପାରନ୍ତି। କେତେକ କାର୍ଯ୍ୟରେ ଭୁଲ ବୁଝାମଣା ଘଟିଲେ ବି ପରେ ସୁଧାର ଆସିବ। ଯାନବାହନ ସୁଖ ମିଳିବ।
ମକର: ବିଭିନ୍ନ ସୂତ୍ରରୁ ଅର୍ଥ ପ୍ରାପ୍ତ ହେଇ ଆର୍ଥିକ ସ୍ଥିତିକୁ ଦୃଢ଼ କରିପାରନ୍ତି। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂରହେବ। ଅଶାନ୍ତିର ପରିସମାପ୍ତି ଘଟିବ। ସରକାରୀ ସ୍ତରରୁ ଲାଭବାନ୍‌ ହେବେ।
କୁମ୍ଭ:ତ୍ୟାଗପୁତ ମନୋବୃତ୍ତିର ହୋଇପାରନ୍ତି। ମତିଜ୍ଞ ହେବେ। ବିବିଧ ଧନଯୁକ୍ତ ହେବେ। କର୍ମ ଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତମାନ ହୋଇପାରନ୍ତି। ସହିଷ୍ଣୁ, ପ୍ରଫୁଲ୍ଲ ମୁଖ ଓ ରୂପବାନ୍‌ ହେବେ।
ମୀନ: ଆୟ ଉଣା ହେବନାହିଁ। ସରକାରୀ ବା ବନ୍ଧୁ ସହାୟତାରୁ ଲାଭବାନ ହେବେ। ମିଷ୍ଠାନ୍ନ ସେବନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ। ଚିନ୍ତାଧାରା ଉନ୍ନତମାନର ହେବ। ବନ୍ଧୁ ସହାୟତା ମିଳିବ।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories