ସକାଳ ୯ଟା ସୁଦ୍ଧା ୭.୬୯ ପ୍ରତିଶତ ମତଦାନ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ଶେଷ ପର୍ଯ୍ୟାୟ ମତଦାନ। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଥିବା ବେଳେ ସକାଳ ୯ଟା ସୁଦ୍ଧା ୭.୬୯ପ୍ରତିଶତ ମତଦାନ ହୋଇଛି। ବାଲେଶ୍ୱର ସଂସଦୀୟ କ୍ଷେତ୍ରରେ ୭.୪୬ ପ୍ରତିଶତ, ଭଦ୍ରକରେ ୭.୭୯ ପ୍ରତିଶତ, ଜଗତସିଂହପୁରେ ୮.୫୪ପ୍ରତିଶତ, ଯାଜପୁରରେ ୭.୭୪ ପ୍ରତିଶତ, କେନ୍ଦ୍ରାପଡାରେ ୭.୨୭ ପ୍ରତିଶତ ଏବଂ ମୟୂରଭଞ୍ଜରେ ୭.୩୩ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ତେବେ କିଛି କିଛି ସ୍ଥାନରେ ଇଭିଏମରେ ତ୍ରୁଟି ଯୋଗୁ ମତଦାନ ବିଳମ୍ବ ହୋଇଛି।
Comments are closed.