www.samajalive.in
Sunday, December 7, 2025
16.1 C
Bhubaneswar

ପ୍ରସୂତିଙ୍କୁ ସରକାରୀ ଡାକ୍ତରଖାନା ଦେଲା ଏଚଆଇଭି ସଂକ୍ରମିତ ରକ୍ତ

ଚେନ୍ନଇ: ଜନୈକା ୨୪ବର୍ଷିୟା ପ୍ରସୂତି ମହିଳାଙ୍କୁ ତାମିଲନାଡ଼ୁର ଏକ ସରକାରୀ ଡାକ୍ତରଖାନାରେ ରକ୍ତ ପରିବର୍ତ୍ତନ ଚିକିତ୍ସା ପାଇଁ ଏଚଆଇଭି ସଂକ୍ରମିତ ରକ୍ତ ପ୍ରଦାନ କରାଯିବା ଘଟଣା ସାମ୍ନାକୁ ଆସିଛି। ତାମିଲନାଡ଼ୁର ଭିରୁଧୁନଗର ଜିଲା ଡାକ୍ତରଖାନାରେ ପ୍ରସୂତି ଜଣକ ରକ୍ତ ଅର୍ନ୍ତକ୍ଷେପଣ ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ୩ଡିସେମ୍ବରରେ ମହିଳାଙ୍କୁ ସଂକ୍ରମିତ ରକ୍ତ ପ୍ରଦାନ କରାଯାଇ ଥିଲା। ୨ବର୍ଷ ପୂର୍ବେ ଏଚଆଇଭି ପଜିଟିଭ ଓ ହେପାଟାଇଟିସ୍‍ ବି ରୋଗରେ ଆକ୍ରାନ୍ତ ଜଣେ ଯୁବକ ଉକ୍ତ ଡାକ୍ତରଖାନାରେ ରକ୍ତ ଦାନ କରିଥିଲେ। ଉକ୍ତ ଯୁବକଙ୍କ ରକ୍ତରେ ଏଚଆଇଭି ଭୁତାଣୁ ଥିବା ଜଣା ପଡ଼ିଥିଲା। ଅବଶ୍ୟ ଏ ସମ୍ପର୍କରେ ଉକ୍ତ ଯୁବକଙ୍କୁ କୌଣସି ସୂଚନା ଦିଆଯାଇ ନଥିଲା। ନିଜ ରୋଗ ସମ୍ପର୍କରେ ଅଜ୍ଞ ଉକ୍ତ ଯୁବକ ବିଗତ ମାସରେ ପୁଣି ଥରେ ଉକ୍ତ ଡାକ୍ତରଖାନାରେ ଆସି ରକ୍ତ ଦାନ କରିଥିଲେ। ତେବେ ଡାକ୍ତରଖାନା କର୍ତ୍ତୁପକ୍ଷଙ୍କ ଅବହେଳା ପାଇଁ ଏହି ରକ୍ତକୁ ନଷ୍ଟ କରିବା ପରିବର୍ତ୍ତେ ସମ୍ପୃକ୍ତ ପ୍ରସୂତିଙ୍କ ଶରୀରରେ ପ୍ରଦାନ କରାଯାଇଥିଲା। ଏହାର ପ୍ରଭାବରେ ଗର୍ଭସ୍ଥ ଶିଶୁ ସଂକ୍ରମିତ ହୋଇଛି କି ନାହିଁ ତାହା ନବଜାତ ଜନ୍ମ ହେବା ପରେ ଜଣାପଡ଼ିବ। ରକ୍ତ ଭଣ୍ଡାର କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ପ୍ରତିଶ୍ରୁତି ଦେଇଛନ୍ତି ଡାକ୍ତରଖାନା କର୍ତ୍ତୁପକ୍ଷ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories