www.samajalive.in
Sunday, December 14, 2025
23.1 C
Bhubaneswar

ବିମାନ ଉଡାଣରେ ୨୦ ଘଣ୍ଟା ବିଳମ୍ବ : ଏୟାର ଇଣ୍ଡିଆକୁ ନୋଟିସ

ନୂଆଦିଲ୍ଲୀ : ନୂଆଦିଲ୍ଲୀରୁ ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋ ଯାତ୍ରା କରିବାକୁ ଥିବା ବିମାନର ଉଡାଣରେ ୨୦ ଘଣ୍ଟା ବିଳମ୍ବ ଘଟିଥିବାରୁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏୟାର ଇଣ୍ଡିଆକୁ ଶୁକ୍ରବାର କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଆସନ୍ତା ତିନି ଦିନ ମଧ୍ୟରେ ଜବାବ ଦାଖଲ କରିବାକୁ ଏୟାର ଇଣ୍ଡିଆ କର୍ତ୍ତୃପକ୍ଷଙ୍କୁ ନିର୍ଦେଶ ଦିଆଯାଇଛି। ସୂଚନା ମୁତାବକ ଆମେରିକାଗାମୀ ଏୟାର ଇଣ୍ଡିଆର ଏହି ବିମାନଟି (ଫ୍ଲାଇଟ ନମ୍ବର ଏଆଇ-୧୮୩) ଗୁରୁବାର ମଧ୍ୟରାତ୍ରୀ (୩ଟା ୨୦)ରେ ଉଡାଣ ଆରମ୍ଭ କରିବା କଥା। ଯାତ୍ରୀମାନେ ନିର୍ଦ୍ଧାରିତ ସମୟରେ ବିମାନରେ ପ୍ରବେଶ କରି ସେମାନଙ୍କର ଆସନ ଗ୍ରହଣ କରିସାରିଥିଲେ। ତେବେ କୌଣସି କାରଣରୁ ଉଡାଣ ପ୍ରକ୍ରିୟାରେ ବିଳମ୍ବ ଘଟିଥିଲା। ଯାତ୍ରୀଙ୍କ ଆପତ୍ତି ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା। କିଛି ଘଣ୍ଟା ମଧ୍ୟରେ ବିମାନର ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥା ଅକାମୀ ହୋଇପଡିବାରୁ ସ୍ଥିତି ଦୟନୀୟ ହୋଇପଡିଥିଲା। ଅତ୍ୟଧିକ ଗରମ ଯୋଗୁଁ କେତେକ ଯାତ୍ରୀ ଅଚେତ ହୋଇପଡିବା ପରେ ଯାତ୍ରୀଙ୍କୁ ବିମାନରୁ ବାହାରିବାକୁ ଅନୁମତି ଦିଆଯାଇଥିଲା। ତେବେ ବିମାନବନ୍ଦର ଲାଉଞ୍ଜରେ ସେମାନଙ୍କ ପାଇଁ କୌଣସି ସୁବିଧା ନଥିବାରୁ ଯାତ୍ରୀମାନେ ଚଟାଣରେ ବସିଥିବା ଲକ୍ଷ୍ୟ କରାଯାଇଥିଲା। ଶେଷରେ ବିମାନଟି ଶୁକ୍ରବାର ମଧ୍ୟାହ୍ଣରେ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାତ୍ରା କରିଥିବା ଜଣାପଡିଛି। ଏୟାର ଇଣ୍ଡିଆ କର୍ତ୍ତୃପକ୍ଷ ଏଭଳି ଅନିଚ୍ଛାକୃତ ବିଳମ୍ବ ପାଇଁ ଯାତ୍ରୀଙ୍କ ନିକଟରେ କ୍ଷମାଭିକ୍ଷା କରିଥିବା କୁହାଯାଇଛି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories