www.samajalive.in
Saturday, December 6, 2025
14.1 C
Bhubaneswar

ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି

ଭୁବନେଶ୍ବର : ଉତ୍ତର-ପଶ୍ଚିମ ଦିଗରୁ ଶୁଷ୍କ ଗରମ ବାୟୁ ପଶ୍ଚିମ ଓଡ଼ିଶାକୁ ପ୍ରବେଶ କରୁଛି। ଫଳରେ ତିନିଦିନ ହେଲା ପଶ୍ଚିମ ଓଡ଼ିଶାର ଜିଲାଗୁଡ଼ିକରେ ଅସହ୍ୟ ତାତି ଅନୂଭୂତ ହେଉଛି। ଶୁକ୍ରବାର ପଶ୍ଚିମରେ ନିଆଁ ବର୍ଷିଛି। ସେଠାରେ ସର୍ବାଧିକ ତାପମାତ୍ରା ୪୬ଡିଗ୍ରୀ ଅତିକ୍ରମ କରିଛି। ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼। ଦିନ ତାପମାତ୍ରା ରାଜ୍ୟରେ ସବୁଠୁ ଅଧିକ ୪୬.୫ଡିଗ୍ରୀ ରେକର୍ଡ ହୋଇଛି। କେବଳ ଟିଟିଲାଗଡ଼ ନୁହେଁ, ବରଂ ସୁବର୍ଣ୍ଣପୁରରେ ପାରଦ ୪୬.୨ ଡିଗ୍ରୀ ଛୁଇଁଛି। ବରଗଡ଼ରେ ୪୬ଡିଗ୍ରୀ ଏବଂ ବଲାଙ୍ଗିର ୪୬.୪ଡିଗ୍ରୀ ରହିଛି। ପଶ୍ଚିମ ଓଡ଼ିଶାବାସୀ ଅସହ୍ୟ ଗ୍ରୀଷ୍ମପ୍ରବାହରେ ତ୍ରାହିତ୍ରାହି ଡାକିଲେଣି। ୧୨ ସହରରେ ତାପମାତ୍ରା ୪୩ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରେକର୍ଡ ହୋଇଛି। ପାଣିପାଗ ବିଭାଗର ପୂର୍ବାନୁମାନ ଆଗକୁ ଆହୁରି ଦୁଇଦିନ ପ୍ରବଳ ଗ୍ରୀଷ୍ମପ୍ରବାହ ଲାଗି ରହିବ। ପଶ୍ଚିମରେ ଗ୍ରୀଷ୍ମପ୍ରବାହ ଲାଗି ରହିଥିବାବେଳେ ଉପକୂଳରେ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହୋଇଛି। ଦିନରେ କି ରାତିରେ ଘରେ ରହି ହେଉନାହିଁ। ଉପକୂଳବର୍ତ୍ତୀ ଜିଲାଗୁଡ଼ିକ ଦିନ ତାପମାତ୍ରା କମ୍‌ ରହୁଛି ସତ ହେଲେ ବାୟୁମଣ୍ଡଳରେ ଆର୍ଦ୍ରତା ୮୦ପ୍ରତିଶତରୁ ଅଧିକ ରହୁଥିବାରୁ ପ୍ରବଳ ଗୁଳୁଗୁଳି ଅନୂଭୂତ ହେଉଛି। ଆଗକୁ ଆହୁରି ୫ଦିନ ପର୍ଯ୍ୟନ୍ତ ଏଭଳି ପରିସ୍ଥିତି ଲାଗି ରହିବା ସମ୍ଭାବନା ରହିଛି। ଏହି ସମୟରେ କିଛି ଅଞ୍ଚଳରେ କାଳବୈଶାଖୀ ପ୍ରଭାବରେ ବିଜୁଳି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେତେକ ଅଞ୍ଚଳରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମି ବେଗରେ ପବନ ବହିବା ସମ୍ଭାବନା ରହିଛି। ଜୁନ୍‌ରେ ମୌସୁମୀ ଆସିଲେ ତାତିରୁ ଆଶ୍ବସ୍ତି ମିଳିବ ବୋଲି କୁହାଯାଉଛି; କିନ୍ତୁ ପାଣିପାଗ ବିଭାଗର ବିସ୍ତାରିତ ପରିସର ଆକଳନ କହୁଛି ଜୁନ୍‌ରେ ମଧ୍ୟ ତାତିରୁ ଆଶ୍ବସ୍ତି ମିଳିବା ସମ୍ଭାବନା ନାହିଁ। ସୂଚନା ଅନୁଯାୟୀ ଜୁନ୍‌ ୬ରୁ ୧୨ ମଧ୍ୟରେ ଆଉ ଏକ ଗ୍ରୀଷ୍ମ ଲହର ଆସିବା ସମ୍ଭାବନା ରହିଛି। ଏହି ଆକଳନ ଅନୁଯାୟୀ ଜୁନ୍‌ ଦ୍ୱିତୀୟ ସପ୍ତାହରେ ଦିନ ତାପମାତ୍ରା ସ୍ୱାଭାବିକରୁ ଅଧିକ ରହିପାରେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories