www.samajalive.in
Saturday, December 6, 2025
26.1 C
Bhubaneswar

ଭାଗ୍ୟ ହେବ ତ ଏମିତି; ବିନା ପରିଶ୍ରମରେ ମହିଳାଙ୍କ ଆକାଉଣ୍ଟକୁ ଆସିଲା ୨୨୪କୋଟି

ସମାଜ ଡିଜିଟାଲ ଡେସ୍କ: ଯଦି ଅପାଣ ସେୟାର ବଜାରରେ ସଠିକ୍‌‌ ଭାବେ ବିନିଯୋଗ କରନ୍ତି ତେବେ ଆପଣ ଆଶା କରିଥିବା ପରିମାଣଠାରୁ ଅଧିକ ଲାଭ ପାଇପାରିବେ। ଏହା ଆମେ କହୁନାହୁଁ। ପରିସଂଖ୍ୟାନ ଏପରି କହୁଛି। କିଛି ନକରି ଜଣେ ମହିଳାଙ୍କ ବ୍ୟାଙ୍କ ଖାତାରେ ୨୨୪କୋଟି ଟଙ୍କା ଆସିଥିବାରୁ ସମସ୍ତେ ଏହା ଜାଣି ଚକିତ ହୋଇଛନ୍ତି। ଏଠାରେ ଆମେ କହୁଛୁ ବିଶିଷ୍ଟ ଉଦ୍ୟୋଗପତି ଦିବଙ୍ଗତ ରାକେଶ ଝୁନଝୁନୱାଲାଙ୍କ ପତ୍ନୀ ରେଖା ଝୁନଝୁନୱାଲାଙ୍କ କଥା। ବିନା ପରିଶ୍ରମରେ ତାଙ୍କ ଆକାଉଣ୍ଟକୁ ଆସିଛି ୨୨୪କୋଟି ଟଙ୍କା। ଏଥିପାଇଁ ତାଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡିନଥିଲା ମାତ୍ର ୩ମାସରେ ସେ ଏହି ଟଙ୍କା ପାଇଛନ୍ତି।
ରେଖା ବିନିଯୋଗ କରିଥିବା କମ୍ପାନୀ ଗୁଡିକରେ ଜାନୁଆରୀରୁ ମାର୍ଚ୍ଚ ମଧ୍ୟରେ ଅତ୍ୟଧିକ ଲାଭ ପାଇଥିବାରୁ ୨୨୪କୋଟିର ଲାଭାଂଶ ସେମାନେ ରେଖାଙ୍କୁ ଖୁସିରେ ପ୍ରଦାନ କରିଛନ୍ତି। ଲାଭାଂଶ ହେଉଛି ଯେଉଁ କମ୍ପାନୀରେ ଆପଣ ନିବେଶ କରୁଛନ୍ତି ସେହି କମ୍ପାନୀକୁ ପ୍ରଚୁର ଲାଭ ହେବା ପରେ ସେମାନେ ଖୁସିରେ ନିବେଶକଙ୍କୁ ପ୍ରଦାନ କରୁଥିବା ଅର୍ଥ। ଏହି ପରିପ୍ରେକ୍ଷିରେ ରେଖା ଝୁନଝୁନୱାଲାଙ୍କୁ କମ୍ପାନୀଗୁଡିକ ୨୨୪କୋଟି ଟଙ୍କା ନିଜ ଆଡୁ ଖୁସିରେ ପ୍ରଦାନ କରିଛନ୍ତି। ସେୟାର ବଜାରରେ ତାଙ୍କର ମୋଟ ବିନିଯୋଗ ହେଉଛି ୩୭,୮୩୧କୋଟି ଟଙ୍କା।
ରେଖା ଝୁନଝୁନୱାଲାଙ୍କୁ ମିଳିଥିବା ଅର୍ଥରେ ସବୁଠାରୁ ଅଧିକ ଲାଭାଂଶ ଦେଇଛି ଟାଟାର ଦୁଇଟି କମ୍ପାନୀ। ଟାଇଟନ ୫୨.୨୩କୋଟି ଟଙ୍କା ଦେଇଥିବା ବେଳେ ଟାଟା ମୋଟର୍ସ ୧୨.୮୪କୋଟିର ଲାଭାଂଶ ଦେଇଛି। ଏହା ବ୍ୟତୀତ କାନାରା ବ୍ୟାଙ୍କ ୪୨.୩୭କୋଟି, ୱେଲର ଇଷ୍ଟେଷ୍ଟ ୨୭.୫୦କୋଟି ଏବଂ ଏନସିସି ୧୭.୨୪କୋଟି ପ୍ରଦାନ କରିଛନ୍ତି। ଖାଲି ସେତିକି ନୁହେଁ କ୍ରିସିଲ୍‌‌, ଏସ୍କର୍ଟ୍ସ କୁବୋଟା, ଫର୍ଟିସ୍‌‌ ହେଲଥ କେୟାର, ଜିଓଜିତ୍‌‌ ଫାଇନାସିଆଲ୍‌‌ ସିର୍ଭିସେସ୍‌‌, ଦ ଫେଡେରାଲ ବ୍ୟାଙ୍କରୁ ୭୨.୪୯କୋଟି ଟଙ୍କାର ଲାଭାଂଶ ମିଳିଛି। ରେଖା ଝୁନଝୁନୱାଲା ସବୁଠାରୁ ଅଧିକ ନିବେଶ ଟାଟା କମ୍ପାନୀରେ କରିଛନ୍ତି। ଟାଇଟନରେ ୧୬,୨୧୫କୋଟିର ନିବେଶ କରିଥିବା ବେଳେ ଟାଟା ମୋଟର୍ସରେ ୪,୦୪୨କୋଟି ଟଙ୍କାର ନିବେଶ କରିଛନ୍ତି।

Hot this week

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

Related Articles

Popular Categories