www.samajalive.in
Monday, December 8, 2025
24.1 C
Bhubaneswar

ବସ୍‌ ହେଲପରଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ବୁର୍ଲା: ଅପରାଧୀଙ୍କ ଚରାଭୂଇଁ ପାଲଟିଛି ସମ୍ବଲପୁର ସହର । ଏବେ ଅଇଁଠାପାଲି ବସଷ୍ଟାଣ୍ଡ ଅଞ୍ଚଳ ଅପରାଧୀଙ୍କ ନଜରରେ ରହିଥିବା ଜଣାପଡ଼ିଛି । ଗୁରୁବାର ବିଳମ୍ବିତ ରାତିରେ ଏକ ଘରୋଇ ବସ୍‌ର ହେଲପରଙ୍କୁ କିଛି ଦୁର୍ବୃତ୍ତ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଗୁରୁତର ଅବସ୍ଥାରେ ହେଲପରଙ୍କୁ ପ୍ରଥମେ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭିମସାରକୁ ଆଣି ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ଗୁରୁତର ଯୁବକ ହେଲେ ଅନୁଗୁଳ ଜିଲା ଆଠମଲ୍ଲିକ ଥାନା କିଶୋର ନଗର ଅଞ୍ଚଳର ଭୁବନ ବେହେରା । ଭୁବନ ହେଲପର ଭାବେ କାମ କରୁଥିବା ଘରୋଇ ବସ୍‌ର ମାଲିକ ସରୋଜ କୁମାର ପାତ୍ର ଅଇଁଠାପଲି ଥାନାରେ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ପୁଲିସ ତଦନ୍ତ ଆରମ୍ଭ କରିଛି ।

ମିଳିଥିବା ସୂଚନା ଅନୁସାରେ, ସମଲେଶ୍ବରୀ ବସ୍ ସବୁଦିନ ପରି ଗତକାଲି ରାତିରେ ଅଇଁଠାପଲି ବସଷ୍ଟାଣ୍ଡରେ ରହିଥିଲା । ବସ୍‌ର ହେଲପର ଭୁବନ ଶୋଇଥିଲେ । ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ସେ ପରିଶ୍ରା ପାଇଁ ବାହାରକୁ ବାହାରିଥିଲେ । ଏହି ସମୟରେ ସେଠାରେ ଏକାଧିକ ଦୁର୍ବୃତ୍ତ ଭୁବନଙ୍କୁ ଅଟକାଇ ଦାଦା ବଟି ମାଗିଥିଲେ । ତେବେ ଭୁବନ ତାଙ୍କ ପାଖରେ ଟଙ୍କା ନ ଥିବା କହିବାରୁ ଦୁର୍ବୃତ୍ତମାନେ ଭୁବନଙ୍କୁ ବସ୍‌ ଷ୍ଟାଣ୍ଡରେ ଗୋଡ଼ାଇ ଗୋଡ଼ାଇ ଖଣ୍ଡାରେ ଆକ୍ରମଣ କରିଥିଲେ । ଫଳରେ ଭୁବନ ଗୁରୁତର ଭାବେ ଆହତ ହୋଇଥିଲେ । ତାଙ୍କ ପେଟ, ମୁଣ୍ଡ, ପିଠି ସମେତ ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଛି । ବୁର୍ଲା ମେଡିକାଲରେ ତାଙ୍କର ଚିକିତ୍ସା ଚାଲିଥିବା ଜଣାପଡିଛି ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories