www.samajalive.in
Saturday, December 6, 2025
14.1 C
Bhubaneswar

୧.୫ ଟନ୍‌ ଏସି ନା ଲୁହା କୁଲର୍‌, କେଉଁଥିରେ ଖର୍ଚ୍ଚ ହୁଏ ଅଧିକ ବିଜୁଳି? ମାସରେ କେତେ ଆସିବ ବିଲ୍‌ ଜାଣନ୍ତୁ..

ସମାଜ ଡିଜିଟାଲ ଡେସ୍କ: ଅସହ୍ୟ ଗରମ ଦାଉରୁ ରକ୍ଷା ପାଇବା ପାଇଁ ଲୋକେ ଏସି ଓ କୁଲରର ସାହାରା ନେଉଛନ୍ତି। ଏହାଦ୍ଵାରା ତାତିରୁ ରକ୍ଷା ତ ମିଳୁଛି, କିନ୍ତୁ ଏହାର ଖର୍ଚ୍ଚ ପକେଟ୍‌ ଉପରେ ଭାରି ପଡ଼ୁଛି। ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ଯେ, ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ମୁକ୍ତି ପାଇବା ପାଇଁ ଏସି ଲଗାଇବେ ନା ଲୁହାର କୁଲର କିଣିବେ। କେଉଁଥରେ କମ୍ ବିଜୁଳି ଖର୍ଚ୍ଚ ହେବ ଏବଂ ପ୍ରତି ମାସରେ ହଜାରରୁ ଅଧିକ ଟଙ୍କା ସଞ୍ଚୟ କରିହେବ। ଯଦି ଆପଣ ମଧ୍ୟ ଏହି ଦ୍ୱନ୍ଦ୍ୱରେ ଅଛନ୍ତି, ତେବେ ଆଜି ଆପଣଙ୍କ ସମସ୍ତ ଦ୍ୱନ୍ଦ୍ୱ ଦୂର ହୋଇଯିବ। ଆସନ୍ତୁ ଜାଣିବା କେଉଁଥିରେ କମ୍ ବିଜୁଳି ଖର୍ଚ୍ଚ ହେବ –

ଆମେ ଆପଣଙ୍କୁ ଏକ ସରଳ ଗଣନା ସହିତ କହିବୁ ଯେ ଯଦି ଆପଣ ଏକ ଠିକ୍‌ ଠାକ୍, ବଡ଼ ଏବଂ ସାମାନ୍ୟ ପୁରୁଣା ଲୁହା କୁଲର ବ୍ୟବହାର କରନ୍ତି, ତେବେ ଏସି ତୁଳନାରେ ଏଥିରେ ଅଧିକ ବିଜୁଳି ଖର୍ଚ୍ଚ ହେବ ନା କମ୍‌। ଏଥିପାଇଁ ଆମେ ଏହାକୁ ୧.୫ ଟନ୍ ଏସି ସହିତ ତୁଳନା କରିବା, ଯାହାର ୫ ଷ୍ଟାର ରେଟିଙ୍ଗ୍‌ ଥିବ। କୁହାଯାଏ ଯେ ୫ ଷ୍ଟାର ରେଟିଙ୍ଗ୍‌ ଥିବା ଉପକରଣଗୁଡ଼ିକରେ ସବୁଠୁ କମ୍‌ ବିଜୁଳି ଖର୍ଚ୍ଚ ହୋଇଥାଏ। ବିଜୁଳି ବିଲ୍ ତୁଳନା କରିବାକୁ, ଆମେ ହାରାହାରି ୟୁନିଟ୍ ମୂଲ୍ୟ ୭ ଟଙ୍କା ନେଇଛୁ।

- Advertisement -

ପ୍ରତିଦିନ କେତେ ବିଜୁଳି ଖର୍ଚ୍ଚ କରିବ ଲୁହା କୁଲର:

ଧରାଯାଉ ଆପଣଙ୍କର ଏକ ପୁରୁଣା ଲୁହା କୁଲର୍ ଅଛି। ଇଲେକ୍ଟ୍ରିସିଆନଙ୍କ ମୁତାବକ, ଏହି କୁଲର ଘଣ୍ଟା ପ୍ରତି ୪୦୦ ୱାଟ ବିଦ୍ୟୁତ୍ ଖର୍ଚ୍ଚ କରିଥାଏ। ଏହି ଉପାୟରେ, ଯଦି ଆପଣ ଦିନକୁ ୧୨ ଘଣ୍ଟା କୁଲର୍ ଚଲାନ୍ତି, ତେବେ ୪୮୦୦ ୱାଟ ବିଦ୍ୟୁତ୍ ଖର୍ଚ୍ଚ ହେବ। ୧୦୦୦ ୱାଟରେ ଗୋଟିଏ ୟୁନିଟ୍ ହୋଇଥାଏ। ଏହି ହିସାବରେ ଆପଣଙ୍କ କୁଲର୍ ପ୍ରତିଦିନ ୪.୮ ୟୁନିଟ୍ ବିଜୁଳି(ହାରାହାରି ୫ ୟୁନିଟ୍) ଖର୍ଚ୍ଚ କରିବ। ମାସରେ ମୋଟ୍ ୧୫୦ ୟୁନିଟ୍ ବିଜୁଳି ଖର୍ଚ୍ଚ ହେବ।

ଏସିରେ କେତେ ବିଜୁଳି ଖର୍ଚ୍ଚ ହେବ: 

ଯଦି ଆପଣ ୫ ଷ୍ଟାର ରେଟିଙ୍ଗ୍‌ ଥିବା ୧.୫ ଟନ୍‌ର ଏସି ଲଗାଇଛନ୍ତି, ତେବେ ଏହା ପ୍ରତି ଘଣ୍ଟାରେ ପ୍ରାୟ ୮୪୦ ୱାଟ ବିଜୁଳି ଖର୍ଚ୍ଚ କରିବ। ଯଦି ଏହା ଦୈନିକ ୧୨ ଘଣ୍ଟା ଚାଲେ, ତେବେ ଏହା ୧୦,୦୮୦ ୱାଟ୍ ବିଜୁଳି ଖର୍ଚ୍ଚ କରିବ। ୧୦୦୦ ଓ୍ବାଟ୍‌ରେ ଗୋଟିଏ ୟୁନିଟ୍‌ ହେଲେ ଆପଣଙ୍କର ଦୈନିକ ପ୍ରାୟ ୧୦ ୟୁନିଟ୍‌ ବିଜୁଳି ଖର୍ଚ୍ଚ ହେବ। ଏହାର ସରଳ ଅର୍ଥ ହେଉଛି, କୁଲର ତୁଳନାରେ ଏହି ଏସି ଦୁଇଗୁଣ ଅଧିକ ବିଜୁଳି ଖର୍ଚ୍ଚ କରିବ। ଏହିପରି ମାସରେ ସମୁଦାୟ ୩୦୦ ୟୁନିଟ୍ ବିଜୁଳି ଖର୍ଚ୍ଚ ହେବ।

ମାସରେ ବିଜୁଳି ବିଲ୍‌​‌ରେ କେତେ ରହିବ ଫରକ୍‌:

ଯେମିତି କି ଆମେ ଆପଣଙ୍କୁ ଉପରେ କହିଛୁ, ଉଭୟର ଖର୍ଚ୍ଚ ତୁଳନା କରିବାକୁ ୟୁନିଟ୍ ପ୍ରତି ବିଜୁଳି ମୂଲ୍ୟ ଆମେ ୭ ଟଙ୍କା ବୋଲି ଗ୍ରହଣ କରିଛୁ। ସେହି ହିସାବରେ କେବଳ କୁଲର ଚଲାଇଲେ ମାସକୁ ଆପଣଙ୍କ ବିଜୁଳି ବିଲ୍ ୧,୦୫୦ ଟଙ୍କା ଆସିବ। ଅପରପକ୍ଷେ ଏସି ବିଷୟରେ କହିବାକୁ ଗଲେ, ପ୍ରତି ମାସରେ ଏହାର ବିଲ୍ ପ୍ରାୟ ୨,୧୦୦ ଟଙ୍କା ହେବ। ଏହି ଉପାୟରେ ଆପଣ ଦେଖିଲେ ଯେ ଏସି ତୁଳନାରେ କୁଲର୍ ଚଲାଇ ଆପଣ ପ୍ରତି ମାସ ବିଜୁଳି ବିଲ୍‌ରେ ୧,୦୫୦ ଟଙ୍କା ସଞ୍ଚୟ କରିପାରିବେ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories