www.samajalive.in
Friday, December 5, 2025
20.1 C
Bhubaneswar

ସାବିତ୍ରୀ ବ୍ରତରେ ଶୁଭ ସଂଯୋଗ; ଏହି ସମୟରେ କରନ୍ତୁ ପୂଜା

ସମାଜ ଡିଜିଟାଲ ଡେସ୍କ: ପ୍ରତ୍ୟେକ ବର୍ଷ ଜ୍ୟେଷ୍ଠ ମାସ କୃଷ୍ଣ ପକ୍ଷ ଅମାବାସ୍ୟା ତିଥିରେ ସାବିତ୍ରୀ ବ୍ରତ ପାଳନ କରାଯାଏ। ଏହି ଦିନ ସଧବା ନାରୀମାନେ ନିଜ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ଉପବାସ ରଖିଥାନ୍ତି। ବିଶ୍ୱାସ ଅନୁସାରେ ଏହି ଦିନ ଉପବାସ ରଖିଥିବା ନବ ଦମ୍ପତି ସନ୍ତାନ ପ୍ରାପ୍ତି ହେବାର ସ୍ୱାଭାଗ୍ୟ ଅର୍ଜନ କରନ୍ତି। ଏହାବ୍ୟତୀତ ଘରେ ସୁଖ, ଶାନ୍ତି ଓ ସମୃଦ୍ଧି ବଜାୟ ରହିଥାଏ। ଚଳିତ ବର୍ଷ ସାବିତ୍ରୀ ଓଷା ଦିନ ଗ୍ରହମାନଙ୍କର ଏକ ବିରଳ ସଂଯୋଗ ହେଉଛି। ଚଳିତ ଥର ଜୁନ୍‌‌ ୬ରେ ସାବିତ୍ରୀ ବ୍ରତ ପଡୁଥିବାରୁ ଏହି ଦିନ ଧ୍ରୁତି ଯୋଗ ସହିତ ଶିବବାସ ଯୋଗର ବିରଳ ସଂଯୋଗ ହେଉଛି। ଏହିଦିନ ଉପବାସ ରଖିଲେ ଜୀବନରେ ଏହାର ପ୍ରଭାବ ଦ୍ୱିଗୁଣିତ ପଡିଥାଏ।
ଜ୍ୟୋତିଷଙ୍କ ମତରେ ଜ୍ୟେଷ୍ଠ ଅମାବାସ୍ୟା ଦିନ ସନ୍ଧ୍ୟା ୬ଟା ୭ମିନିଟ ପର୍ଯ୍ୟନ୍ତ ଶିବବାସ ଯୋଗ ରହିଛି। ଏହି ସମୟରେ ଭଗବାନ ଶିବ ଓ ମାତା ପାର୍ବତୀଙ୍କୁ ପୂଜା କରିବା ଦ୍ୱାରା ପରିବାରରେ ସୁଖ ସମୃଦ୍ଧି ବଜାୟ ରହିବ। ସେହିପରି ୬ଜୁନ ରାତି ୧୦ଟା ୮ମିନିଟରେ ଧ୍ରୁତି ଯୋଗର ଆରମ୍ଭ ହେବ। ବିଶ୍ୱାସ କରାଯାଏ ଯେ ଏହି ଦିନ ସ୍ୱତନ୍ତ୍ର ଭାବେ ସ୍ତ୍ରୀମାନେ ସ୍ୱାମୀଙ୍କ ଦୀର୍ଘାୟୁ କାମନା କରି ପୂଜା କରିଲେ ଅଖଣ୍ଡ ସ୍ୱାଭାଗ୍ୟବତି ହେବାର ସ୍ୱାଭାଗ୍ୟ ଅର୍ଜନ କରିଥାନ୍ତି। ପୌରାଣିକ ଅନୁସାରେ ସ୍ୱାମୀ ସତ୍ୟବାନଙ୍କର ଆୟୁକାଳ ସ୍ୱଳ୍ପ ଜାଣି ମଧ୍ୟ ସାବିତ୍ରୀ ତାଙ୍କୁ ବିବାହ କରିଥିଲେ। ନିଜର ଦୃଢ ମନୋବଳ ଏବଂ ନିଷ୍ଠା ଯୋଗେ ଯମଙ୍କୁ ଜିଣି ସତ୍ୟବାନଙ୍କୁ ପୁନର୍ଜୀବିତ କରିଥିଲେ। ଏଥିପାଇଁ ସେହି ଦିନକୁ ସାବିତ୍ରୀ ବ୍ରତ ଭାବେ ପାଳନ କରାଯାଉଛି।

 

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories