www.samajalive.in
Saturday, December 6, 2025
16.1 C
Bhubaneswar

ଭଉଁରି ତିଥିରେ ତିନି ଅଖ​‌‌ରେ ଲାଗିଲା ୬ ଚକ

ପୁରୀ: ଭଉଁରି ତିଥିରେ ବୁଧବାର ପରମ୍ପରା ଅନୁଯାୟୀ ତିନି ରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ଲଗାଯାଇଛି। ଏହା ଚକଡେରା ନୀତି ଭାବେ ପରିଚିତ। ଶ୍ରୀଜଗନ୍ନାଥ ମନ୍ଦିରରେ ଠାକୁରଙ୍କ ସକାଳ ଧୂପ ଶେଷ ହେବା ପରେ ଦିନ ୧୧ଟା ବେଳେ ରଥଖଳାକୁ ଆଜ୍ଞାମାଳ ବିଜେ କରିଥିଲା। ଦାରୁବ୍ରହ୍ମ ଶ୍ରୀ ବଳଭଦ୍ର, ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରାଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ଧରି ତିନିଜଣ ପୂଜାପଣ୍ଡା ସେବକ ଶୋଭାଯାତ୍ରାରେ ବଡ଼ଦାଣ୍ଡ ରଥ ଖଳାକୁ ଯାଇଥିଲେ। ସେଠାରେ ୩ଟି ଅଖ ଏବଂ ୬ଟି ଚକ ପ୍ରସ୍ତୁତ କରି ରଖାଯାଇଥିଲା। ପୂଜାପଣ୍ଡା ସେବକମାନେ ସେଥିରେ ଶ୍ରୀ ଜୀଉଙ୍କ ଆଜ୍ଞାମାଳ ଲାଗି କରିଥିଲେ। ହରିବୋଲ, ହୁଳହୁଳି ଏବଂ ଜୟ ଜଗନ୍ନାଥ ଧ୍ବନିରେ ରଥଖଳା ପ୍ରକମ୍ପିତ ହୋଇଥିଲା। ମହାରଣା ଏବଂ ଭୋଇ ସେବକ ତିନି ରଥର ତିନୋଟି ଅଖରେ ଦୁଇଟି ଲେଖାଏଁ ଚକ ସଂଯୋଗ କରିଥିଲେ। ପ୍ରଥମେ ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ତାଳଧ୍ବଜ ରଥର ଗୋଟିଏ ଅଖରେ ଚକ ଡେରା ଯାଇଥିଲା। ଏହାପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନନ୍ଦିଘୋଷ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥର ଗୋଟିଏ ଲେଖାଏଁ ଅଖରେ ଦୁଇଟି ଲେଖାଏଁ ଚକ ଲଗାଯାଇଛି। ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ତିନି ରଥର ମହାରଣା ଓ ଭୋଇ ସେବକ ଉପସ୍ଥିତ ଥିଲେ। ଅକ୍ଷୟ ତୃତୀୟା ତିଥିରେ ଗତ ୧୦ ତାରିଖ ଦିନ ରଥ ନିର୍ମାଣ ଅନୁକୂଳ କରାଯାଇଥିଲା। ଆଗାମୀ ଜୁଲାଇ ୭ ତାରିଖରେ ବିଶ୍ବ ପ୍ରସିଦ୍ଧ ପୁରୀ ରଥଯାତ୍ରା ଅନୁଷ୍ଠିତ ହେବ।

Hot this week

ଖଣି ଅଧିକାରୀଙ୍କ ଠାରୁ ୩ଟ୍ରକ ଛଡାଇ ନେଲେ ମାଫିଆ

ସୋର: ଖଣି ବିଭାଗ ଠାରୁ ଛଡାଇ ନେଲେ ତିନି ଟ୍ରକ ।...

ପଦ୍ମଭୂଷଣ ଡ. ରାଧାନାଥ ରଥଙ୍କ ୧୨୯ ତମ ଜୟନ୍ତୀ: ସେମାନଙ୍କ ଦୃଷ୍ଟିରେ ବାବୁଜୀ

ପ୍ରେରଣାର ଉତ୍ସ ଡକ୍ଟର ରଥ ଦୀର୍ଘକାଳ ଧରି ଓଡ଼ିଶାର ସାଧାରଣ ଜୀବନ ସହିତ...

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

Related Articles

Popular Categories