www.samajalive.in
Sunday, December 14, 2025
19.1 C
Bhubaneswar

ସେବିକା ଛାତ୍ରୀ ସନ୍ତୋଷିନୀଙ୍କୁ ସ୍ବର୍ଣ୍ଣ ପଦକ

ପାଟଣା :  ଘଟଗାଁ ବ୍ଲକ ଅନ୍ତର୍ଗତ ବଡମସିଣାବିଲ୍ଲା ପଞ୍ଚାୟତ ସାନମସିଣାବିଲା ଗ୍ରାମର ବାସିନ୍ଦା ତଥା ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନୃସିଂହ ଚରଣ ମହାନ୍ତ ଓ ଗୋଲାପ ମହାନ୍ତଙ୍କ ଝିଅ ସନ୍ତୋଷିନୀ ମହାନ୍ତଙ୍କୁ କର୍ଣ୍ଣାଟକରେ ସ୍ବର୍ଣ୍ଣପଦକ ପ୍ରଦାନ କରି ସମ୍ମାନିତ କରାଯାଇଛି । ସଂପ୍ରତ୍ତି ଭୁବନେଶ୍ଵର ଏମ୍ସରେ ନର୍ସିଂ ଅଫିସର ଭାବେ କାର୍ଯ୍ୟରତ ସନ୍ତୋଷିନୀ ମହାନ୍ତ କର୍ଣ୍ଣାଟକର ବେଲଗାଭି ସ୍ଥିତ କାହେର ଇନଷ୍ଟିଚ୍ୟୁଟ ଅଫ ନର୍ସିଂ ସାଇନ୍ସରେ ଏମ. ଏସସି ନର୍ସିଂ ଅଧ୍ୟୟନ କରିବା ସମୟରେ କୃତିତ୍ୱ ପ୍ରଦଶନ କରିଥିବାରୁ କାହେର ଇନଷ୍ଟିଚ୍ୟୁଟ ଅଫ ଡିମଡି ଟୁ ୟୁନିଭରସିଟିର ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟପତି ଜଗଦ୍ବୀପ ଧନକର ମୁଖ୍ୟଅତିଥି ଭାବେ ଯୋଗଦେଇ ସନ୍ତୋଷିନୀଙ୍କୁ ସ୍ବର୍ଣ୍ଣପଦକ ଓ ମାନପତ୍ର ପ୍ରଦାନ କରିଛନ୍ତି । ଏମ.ଏସସି ନର୍ସିଂ ଇନ କ୍ରିଟିକାଲ କେୟାର କ୍ଷେତ୍ରରେ ସନ୍ତୋଷିନୀଙ୍କ ପାରଦର୍ଶିତାକୁ ମଞ୍ଚରେ ପ୍ରଶଂସା କରାଯାଇଥିଲା । କାର୍ଯକ୍ରମରେ କର୍ଣ୍ଣାଟକର ରାଜ୍ୟପାଳ ଥୱାର ଚାନ୍ଦ ଗେହଲଟ, ଉପରାଷ୍ଟ୍ରପତିଙ୍କ ଧର୍ମ ପତ୍ନୀ ସୁଦେଶ ଜଗଦ୍ବୀପ ଓ  ନର୍ସିଂ ଇନଷ୍ଟିଚ୍ୟୁଟର ପ୍ରଭାକର କୋରେ ପ୍ରମୁଖ ଯୋଗଦେଇଥିଲେ ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories