www.samajalive.in
Monday, December 8, 2025
20.1 C
Bhubaneswar

ଟ୍ରକ୍ ଆକାରର କାର୍, ଭିଡିଓ ଦେଖି ଲୋକେ କହିଲେ ଏମିତି

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ସବୁବେଳେ କିଛି ନା କିଛି ଫଟୋ ବା ଭିଡିଓ ଭାଇରାଲ ହୋଇଥାଏ । ଏଥିରେ ବେଳେବେଳେ ଏମିତି କିଛି ନଜର ଆସେ ଯାହା ସମସ୍ତଙ୍କୁ ଚକିତ କରିଥାଏ । ଏବେ ଏମିତି ଏକ ଗାଡିର ଭିଡିଓ ଭାଇରାଲ ହେବାରେ ଲାଗିଛି ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଉଛନ୍ତି । ଏଥିରେ ଏକ ଧଳା ରଙ୍ଗର ବିରାଟ ଗାଡି ନଜର ଆସୁଛି ଯାହା ଆଗରେ ଜଣେ ଯୁବକ ବହୁତ ଛୋଟ ନଜର ଆସୁଛନ୍ତି । ଖାଲି ସେତିକି ନୁହେଁ, ଏହି ସମୟରେ ଆଖପାଖରେ ଯାଉଥିବା ଗାଡି ଗୁଡିକ ମଧ୍ୟ ଖେଳନା ପରି ନଜର ଆସୁଛନ୍ତି ।

 

View this post on Instagram

 

A post shared by Joyevs (@joyevs_studio)

- Advertisement -

ଇନଷ୍ଟାଗ୍ରାମରେ ଏହି ଭିଡିଓ ସେୟାର ହୋଇଛି । ଏଥିରେ ଏକ ଧଳା ରଙ୍ଗର ବିଶାଳ କାର୍ ନଜର ଆସୁଛି ଯାହାର ଉଚ୍ଚତା ଏବଂ ପ୍ରସ୍ଥ ଏକ ଟ୍ରକ୍ ସହ ସମାନ ହେବ । କାର୍ ପାଖରେ ଅନ୍ୟ ଗାଡି ଗୁଡିକ ଛୋଟ ଖେଳନା ଭଳି ନଜର ଆସୁଛି । ଏହା ଭାଇରାଲ ହେବା ପରେ ସମସ୍ତେ ଏହାକୁ ଦେଖି ଚକିତ ହେଉଛନ୍ତି। ତେବେ କିଛି ଲୋକ କୃତ୍ରିମ ବୁଦ୍ଧିମତା ଦ୍ବାରା ଏହା ପ୍ରସ୍ତୁତ ହୋଇଥିବା କହୁଛନ୍ତି । ଭିଡିଓକୁ ଏପର୍ଯ୍ୟନ୍ତ ୨ ଲକ୍ଷ ୬୫ ହଜାରରୁ ଅଧିକ ଲାଇକ୍ ମିଳିସାରିଲାଣି । ଅନ୍ୟପଟେ କିଛି ଲୋକ ଏହାକୁ ନେଇ ଅନେକ ପ୍ରତିକ୍ରିୟା ମଧ୍ୟ ରଖୁଛନ୍ତି । କିଛି ଲୋକ କମ୍ପ୍ୟୁଟର ଦ୍ବାରା ଏଡିଟ୍ କରି ପ୍ରସ୍ତୁତ କରାଯାଇଛି ବୋଲି କହୁଥିବାବେଳେ ଆଉ କିଛି ଲୋକେ ଏହାକୁ କୃତ୍ରିମ ବୁଦ୍ଧିମତାର କରାମତି ବୋଲି କହୁଛନ୍ତି ।

Hot this week

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

Related Articles

Popular Categories