୮୦୦୦ ଟଙ୍କାର ଟି-ସାର୍ଟ ପିନ୍ଧି ଗରିବଙ୍କୁ ପରିହାସ.. ‘ରେମାଲ’ ପ୍ରଭାବିତଙ୍କୁ ଭେଟିବାକୁ ଯାଇଥିବା ଅଭିଷେକ ବାନାର୍ଜୀଙ୍କୁ ବିଜେପିର ଟାର୍ଗେଟ
କୋଲକାତା: ପଶ୍ଚିମବଙ୍ଗ ବିଜେପି ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ସମାଲୋଚନା କରିଛି। ବିଜେପି ଅଭିଯୋଗ କରିଛି ଯେ, ଅଭିଷେକ ବାନାର୍ଜୀ ୮,୦୦୦ ଟଙ୍କା ମୂଲ୍ୟର ଟି-ସାର୍ଟ ପିନ୍ଧି ବାତ୍ୟା ‘ରେମାଲ’ ପ୍ରଭାବିତଙ୍କୁ ଭେଟିବାକୁ ଆସିଥିଲେ। ଟିଏମସି ନେତା ଗରୀବ ଲୋକଙ୍କୁ ପରିହାସ କରିଥିବା ଅଭିଯୋଗ କରିଛି ବିଜେପି। ଟିଏମସି ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀ ବାତ୍ୟା ପ୍ରପୀଡ଼ିତଙ୍କୁ ଭେଟିବା ପାଇଁ ଏକ ରିଲିଫ୍ କ୍ୟାମ୍ପରେ ପହଞ୍ଚିଥିଲେ। ପଶ୍ଚିମବଙ୍ଗରେ ବତ୍ୟା ‘ରେମାଲ’ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି।
Abhishek Banerjee wears Rs. 8,000 Tshirt while going for Cyclone Relief operations. Shame on TMC for mocking the poor and aggrieved. https://t.co/RXd4GXqWqn pic.twitter.com/px2mxvd2Uh
— BJP West Bengal (@BJP4Bengal) May 27, 2024
ଅଭିଷେକ ବାନାର୍ଜୀ ରିଲିଫ କ୍ୟାମ୍ପରେ ପହଞ୍ଚିବା ସମୟର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଶେୟାର କରି ପଶ୍ଚିମବଙ୍ଗ ବିଜେପି ଲେଖିଛି, ‘‘ଅଭିଷେକ ବାନାର୍ଜୀ ବାତ୍ୟା ରିଲିଫ କ୍ୟାମ୍ପକୁ ଯିବାବେଳେ ଆଠ ହଜାର ଟଙ୍କା ମୂଲ୍ୟର ଟି-ସାର୍ଟ ପିନ୍ଧିଥିଲେ। ଟିଏମସିକୁ ଲଜ୍ଜା ଲାଗିବା କଥା ଯେ ସେମାନେ ଗରୀବ ଲୋକଙ୍କୁ ପରିହାସ କରୁଛନ୍ତି।’’ ଏହି ଟ୍ୱିଟ୍ରେ ବିଜେପି ଟି-ସାର୍ଟର ମୂଲ୍ୟ ଦର୍ଶାଯାଇଥିବା ବିଜ୍ଞାପନର ଫଟୋ ମଧ୍ୟ ଶେୟାର କରିଛି। ପଶ୍ଚିମବଙ୍ଗ ବିଜେପିର ଏହି ଟ୍ବିଟ୍ ଟିଏମସିର ସେହି ଟ୍ବିଟ୍ ପରେ ସାମ୍ନାକୁ ଆସିଛି, ଯେଉଁଥିରେ ଟିଏମସି ଅଭିଯୋଗ କରିଛି ଯେ ‘‘ବିଜେପି ବାତ୍ୟା ପ୍ରଭାବିତଙ୍କଠାରୁ ଦୂରରେ ରହିଛି ଏବଂ କୋଲକାତାରେ ଡ୍ରୋନ୍ ଶୋ ଆୟୋଜନ କରିବାରେ ବ୍ୟସ୍ତ ଅଛି।’’ ଟିଏମସି ଲେଖିଛି, ‘‘ଅଭିଷେକ ବାନାର୍ଜୀ ରିଲିଫ କ୍ୟାମ୍ପ ପରିଦର୍ଶନରେ ଯାଇଥିଲେ ଏବଂ ଲୋକଙ୍କ ପାଖରେ ଆବଶ୍ୟକ ସୁବିଧା ପହଞ୍ଚିଛି କି ନାହିଁ ତାହା ତଦାରଖ କରିଛନ୍ତି।’’
Comments are closed.