www.samajalive.in
Monday, November 17, 2025
17.1 C
Bhubaneswar

କିଶୋର ସନ୍ଥ ଅଭିନବ ଆରୋରାଙ୍କ ପଛରେ ପଡ଼ିଛି ବିଷ୍ଣୋଇ ଗ୍ୟାଙ୍ଗ୍‌, ହତ୍ୟା ଧମକ ପରେ ଦିଆଗଲା ସୁରକ୍ଷା

ସମାଜ ଡିଜିଟାଲ ଡେସ୍କ: କିଶୋର ସନ୍ଥ ତଥା ଆଧ୍ୟାତ୍ମିକ ବକ୍ତା ୧୦ ବର୍ଷୀୟ ଅଭିନବ ଆରୋରାଙ୍କ ସମସ୍ୟା ଥମିବାର ନାଁ ନେଉନାହିଁ। ନିକଟରେ ସ୍ବାମୀ ରାମଭଦ୍ରାଚାର୍ଯ୍ୟ ତାଙ୍କୁ ମଞ୍ଚରୁ ହଟାଇ “ମୂର୍ଖ” କହିବା ପରେ ବିବାଦ ଦେଖାଦେଇଥିଲା। ଏବେ ଅଭିନାବଙ୍କ ପାଇଁ ଉଭା ହୋଇଛି ଆଉ ଏକ ସମସ୍ୟା। ସଲମାନ ଖାନଙ୍କୁ ହତ୍ୟା ଧମକ ଦେଉଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ଏବେ ଅଭିନବ ଆରୋରାଙ୍କ ପଛରେ ପଡ଼ିଛି। ଏହି ଗ୍ୟାଙ୍ଗ୍‌ ପକ୍ଷରୁ ଅଭିନବଙ୍କୁ ହତ୍ୟା ଧମକ ମିଳିଛି।  ଅଭିନବଙ୍କ ମାଆ ଜ୍ୟୋତି ଅରୋରା ଏନେଇ ମଥୁରା କୋତଓ୍ବାଲି ଥାନାରେ ଏତଲା ଦାୟର କରିଛନ୍ତି। ଏତଲା ଆଧାରରେ ପୁଲିସ ତଦନ୍ତ ଚଳାଇଥିବାବେଳେ ଅଭିନବଙ୍କୁ ସୁରକ୍ଷା ଯୋଗାଇ ଦିଆଯାଇଥିବା ଜଣାପଡ଼ିଛି। ଏବେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ତାଙ୍କ ସହ ୨୪ ଘଣ୍ଟା ରହିବେ ବୋଲି ଜଣାପଡ଼ିଛି।

ଅଭିନବଙ୍କ ମାଆ ଜ୍ୟୋତି ଅରୋରାଙ୍କ କହିବାନୁଯାୟୀ, ତାଙ୍କ ନିକଟକୁ ରାତିରେ ଏକ ଅଜଣା ନମ୍ବରରୁ ଫୋନ୍‌ ଆସିଥିଲା, ଯାହା ସେ ଉଠାଇ ପାରି ନଥିଲେ। ପରଦିନ ସନ୍ଧ୍ୟାରେ ସେହି ନମ୍ବରରୁ ଏକ ଧମକପୂର୍ଣ୍ଣ ମେସେଜ୍ ଆସିଥିଲା, ଯେଉଁଥିରେ ତାଙ୍କ ପୁଅକୁ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା। ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ୍‌ ନାଁ ନେଇ ଏହି ଧମକ ଦିଆଯାଇଥିବା ସେ କହିଛନ୍ତି।

- Advertisement -

ସୂଚନାଯୋଗ୍ୟ, ଅଭିନବ ୧୦ ବର୍ଷ ବୟସରେ ହିଁ ଆଧ୍ୟାତ୍ମିକ ଇନ୍‌ଫ୍ଲୁଏନସର ଭାବରେ ଖ୍ୟାତି ଅର୍ଜନ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ତାଙ୍କର ୯.୫ ଲକ୍ଷ ଫଲୋୟର୍ସ ଅଛନ୍ତି, ଯେଉଁଠାରେ ସେ ନିୟମିତ ଭାବରେ ଧାର୍ମିକ ପୋଷ୍ଟ କରନ୍ତି। କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ତାଙ୍କୁ ଭାରତର ସର୍ବ କନିଷ୍ଠ ଆଧ୍ୟାତ୍ମିକ ବକ୍ତା ଭାବରେ ସମ୍ମାନିତ କରିଛନ୍ତି।

Hot this week

ନ୍ୟାୟପାଳିକା, ପ୍ରେସ୍‌ ପ୍ରତି ଜନବିଶ୍ବାସ ରହିଛି : ମାଲବ୍ୟ

ଭୁବନେଶ୍ୱର: ଏବେ ଖବରର ରୁଚି ବଦଳିଛି। ଲୋକ ଯାହା ଚାହୁଁଛନ୍ତି ତାହା...

ଆଜି ସରକାର ଗଠନ ଦାବି କରିବେ ନୀତୀଶ !

ପାଟନା: ବିହାର ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନ୍‌ଡିଏ ସର୍ବାଧିକ ୨୦୨ ଆସନରେ...

ରାମାୟଣ ମଞ୍ଚରେ ‘ସୀତା’ଙ୍କୁ ଉଲଗ୍ନ: ସୀମା ଟପିଲା ଅଶ୍ଲୀଳତା, ଭକ୍ତିଭାବନା ପ୍ରତି କୁଠାରଘାତ

ଦିଗପହଣ୍ଡି: ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି ରାମାୟଣ ନାଟକର ସୀତା ହରଣର...

୩ କି.ମି ପାହାଡ଼ ଚଢ଼ି ଦୁଃଖ ବୁଝିଲେ ବିଡିଓ

ନନ୍ଦାହାଣ୍ଡି: ଦୁର୍ଗମ ଅଞ୍ଚଳବାସିନ୍ଦା ସରକାରୀ ସୁବିଧାସୁଯୋଗରୁ ଯେପରି ବଞ୍ଚିତ ନହୁଅନ୍ତି ତାହାକୁ...

ଅସରନ୍ତି ଦୁଃଖର ଅନ୍ଧାରି ଉପତ୍ୟକା ତେଣ୍ଡା

କପ୍ତିପଦା: ଆକାଶର ଆଉଟା କିରଣ ପଡ଼ିଲେ ତରତର ହୁଏ ତେଣ୍ଡା। ଅନ୍ଧାରର...

Related Articles

Popular Categories