www.samajalive.in
Friday, December 5, 2025
26.1 C
Bhubaneswar

କଲକାତା ହାଇକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲ ହ୍ୟାକ୍; ଲାଇଭ୍‌ ଷ୍ଟ୍ରିମିଂ ବେଳେ ଚାଲିଲା ଅଶ୍ଳୀଳ ଭିଡିଓ

କଲକାତା: କଲକାତା ହାଇକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲକୁ ହ୍ୟାକ୍ କରିଛନ୍ତି ସାଇବର ଅପରାଧୀ। ସୋମବାର ଅବକାଶ ଖଣ୍ଡପୀଠ ଏକ ମାମଲାର ଶୁଣାଣି କରୁଥିବାବେଳେ ଏହି ଘଟଣା ଘଟିଛି। ହାଇକୋର୍ଟ ୟୁଟ୍ୟୁବ ଚ୍ୟାନେଲରେ ଏକ ଅଶ୍ଳୀଳ ଭିଡିଓ ପ୍ରସାରିତ ହୋଇଥିଲା, ଯଦ୍ଵାରା ଲାଇଭ୍‌ ଷ୍ଟ୍ରିମିଂ ତୁରନ୍ତ ବନ୍ଦ କରିଦିଆଯାଇଥିଲା। ଅଦାଲତଙ୍କ ଆଇଟି ବିଭାଗ ପକ୍ଷରୁ ପୁଲିସ ନିକଟରେ ଏତଲା ଦିଆଯାଇଛି। ଏତଲା ଆଧାରରେ କଲକାତା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, କଲକାତା ପୁଲିସର ସାଇବର କ୍ରାଇମ ବିଭାଗ ଘଟଣାର ତଦନ୍ତ ଚଳାଇଛି।

ଅଧିକାରୀ କହିଛନ୍ତି, ‘‘ମାମଲାର ତଦନ୍ତ ଚାଲିଛି। ଏହି ଅପରାଧରେ ସମ୍ପୃକ୍ତ ଦୁର୍ବୃତ୍ତଙ୍କୁ ଆମେ ଖୋଜିବାକୁ ଚେଷ୍ଟା କରୁଛୁ।’’ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ହାଇକୋର୍ଟର ୟୁଟ୍ୟୁବ୍ ଚ୍ୟାନେଲରେ ଏକ ଅଶ୍ଳୀଳ ଭିଡିଓ ପ୍ରସାରିତ ହୋଇଥିଲା, ଯାହା ପରେ ତୁରନ୍ତ ହାଇକୋର୍ଟର ଲାଇଭ୍ ଷ୍ଟ୍ରିମିଂ ବନ୍ଦ କରାଯାଇଥିଲା। ଖବର ଅନୁଯାୟୀ, କିଛି ସମୟର ବ୍ୟବଧାନ ପରେ ଅଲଗା ଲିଙ୍କ୍ ବ୍ୟବହାର କରି ଲାଇଭ୍ ଷ୍ଟ୍ରିମିଂ ପୁନଃ ଆରମ୍ଭ ହୋଇଥିଲା। ଏଠାରେ ସୂଚନାଯୋଗ୍ୟ, କିଛିଦିନ ପୂର୍ବରୁ ସାଇବର ଅପରାଧୀମାନେ ସୁପ୍ରିମକୋର୍ଟଙ୍କ ୟୁଟ୍ୟୁବ ଚ୍ୟାନେଲକୁ ମଧ୍ୟ ହ୍ୟାକ୍ କରିଥିଲେ।

Hot this week

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

Related Articles

Popular Categories